ବ୍ୟକ୍ତିଙ୍କ ଅଜବ ଶକ୍ତି: ମଇଁଷି, ଘୋଡା, ଓଟକୁ କାନ୍ଧରେ ଟେକି ପକାନ୍ତି, ଆପଣ ବି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯/୦୩ : କୌଣସି ବ୍ୟକ୍ତି ନିଜ କାନ୍ଧରେ ମଇଁଷି କିମ୍ବା ଘୋଡା ଟେକିବା କେବେ ଦେଖିଛନ୍ତି କି ? ନିଶ୍ଚୟ ଦେଖିନଥିବେ। କାନ୍ଧରେ ମଇଁଷି କି ଘୋଡା ଉଠେଇବା ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଜଣେ ବ୍ୟକ୍ତି ଅତି ସହଜରେ ଗୋଟିଏ ମଇଁଷିକୁ ନିଜ କାନ୍ଧରେ ଟେକିଛନ୍ତି। ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ ଯେପରି ମଇଁଷିକୁ କାନ୍ଧରେ ଟେକୁଛନ୍ତି, ଦେଖିଲେ ଲାଗିବ ସତେ ଯେମିତି କୋଉ ଶିଶୁକୁ ଟେକୁଛନ୍ତି। ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ୟୁକ୍ରେନର ଓ ତାଙ୍କ ନାଁ Dmytro Khaladzhi।

{"id":420295,"sizeSlug":"large","linkDestination":"none"}

Dmytro ପାଖରେ ଅଜବ ଶକ୍ତି ରହିଛି। ସେ କେବଳ ମଇଁଷି ନୁହେଁ ବରଂ ଘୋଡାକୁ ବି କାନ୍ଧରେ ଟେକି ପକାନ୍ତି। ଓଟ ଓ ଅନ୍ୟ ଭାରି ଜନ୍ତୁଙ୍କୁ ମଧ୍ୟ ସେ ସହଜରେ ନିଜ କାନ୍ଧରେ ଟେକି ପକାନ୍ତି। ୪୧ ବର୍ଷ ବୟସ୍କ Dmytro ଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଏକାଥରେ ୬ଜଣଙ୍କୁ ଟେକି ପକାଇଥିଲେ। Dmytro ଙ୍କ ଏହି କାରନାମା ଦେଖି ୟୁଜର୍ସ ତାଙ୍କ ଦିୱାନା ହୋଇଯାଇଛନ୍ତି। ତାଙ୍କ ଶକ୍ତି ଦେଖି କିଛି ଲୋକେ ତାଙ୍କୁ ଭୀମ ବୋଲି ମଧ୍ୟ କହୁଛନ୍ତି।

wp:html
/wp:html

ମିଡ଼ିଆ ରିପୋର୍ଟ ଅନୁଯାୟୀ, Dmytro ଏକ ସର୍କସରେ କାମ କରନ୍ତି। ସେ ଏକାଥରକେ ୧୫୦ କିଲୋରୁ ଅଧିକ ଓଜନ ଟେକି ପାରନ୍ତି ବୋଲି କୁହାଯାଏ। Dmytro ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏମିତି ଅନେକ ଭିଡିଓ ରହିଛି। ତାଙ୍କ ନାଁରେ ୬୩ ଗିନିଜ୍ ୱାର୍ଲଡ ରେକର୍ଡ ମଧ୍ୟ ରହିଛି।

wp:html
/wp:html

ତାଙ୍କ ପାଖରେ ଆହୁରି ଅନେକ ଟ୍ୟାଲେଣ୍ଟ ଅଛି। ୨୦୦୯ରେ ସେ ୟୁକ୍ରେନ ଗଟ୍ ଟ୍ୟାଲେଣ୍ଟ ଶୋ'ରେ ପ୍ରତିଯୋଗୀ ହୋଇଥିଲେ ଓ ଫାଇନାଲ ଯାଏଁ ଯାଇଥିଲେ। ସେ ଅନେକ କାହାଣୀ ବି ଲେଖିଛନ୍ତି। ତାଙ୍କୁ ଅନେକ ସାହିତ୍ୟ ପୁରସ୍କାରରେ ବି ସମ୍ମାନିତ କରାଯାଇଛି। ୨୦୧୩ରେ ଫିଲ୍ମ ଇଭାନରେ ସେ ମୁଖ୍ୟ କଳାକାର ଭାବେ ଅଭିନୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.