ମୋଦିଙ୍କ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା କାମନାରେ ମାସେ ପାଇଁ ଭୋଜନ ତ୍ୟାଗ କଲେ ଏହି ବ୍ୟକ୍ତି

Published By : Prameya-News7 Bureau | May 01, 2019 IST

ବାରା ୧/୫ : ରାଜସ୍ତାନ ବାରା ଜିଲ୍ଲାର ଅନ୍ତାରେ ରହୁଥିବା ଜଣେ ମୋଦୀ ସମର୍ଥକ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା କାମନାରେ ମାସେ ପାଇଁ ଭୋଜନ ତ୍ୟାଗ କରିବାକୂ ସଂକଳ୍ପ ନେଇଛନ୍ତି ।

ଉକ୍ତ ବ୍ୟକ୍ତି ଜଣକ ହେଲା ସାମାଜିକ କାର୍ଯ୍ୟକର୍ତ୍ତା ନବନୀତ ସୋନି | ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା କାମନା କରି ନବନୀତ ମାସେ ପାଇଁ ଭୋଜନ ତ୍ୟାଗ କରିବା ପାଇଁ ସଂକଳ୍ପ ନେଇଛନ୍ତି | ବାରା ସ୍ଥିତ ଗ୍ରେଡ଼ ଅଂଚଳର ବାଲାଜୀ ମନ୍ଦିରରେ ସେ ସଂକଳ୍ପ ନେଇଛନ୍ତି | ସେ କହିଛନ୍ତି ଯେ, ଦେଶ ପାଇଁ ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିବା ଭଳି ବିଷୟ | ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ଆବଶ୍ୟକ | ସେଥିପାଇଁ ତାଙ୍କ ଦ୍ୱାରା ଯେତିକି ଚେଷ୍ଟା ହେଇ ପାରିବ ସେ କରିବେ ବୋଲି କହିଛନ୍ତି | ଏହି ପ୍ରସଙ୍ଗକୁ ରାଜନୀତି ଶହ ନ ଯୋଡିବା ପାଇଁ ନବନୀତ ଲୋକଙ୍କୁ ଅପିଲ କରିଛନ୍ତି |

{"id":109487,"width":577,"height":393}


ସେ କହିଛନ୍ତି ଯେ, ଏହା କେବଳ ଏକ ଦେଶ ସେବା ଭାବନା | ସେ ମୋଦିଙ୍କ ପାଇଁ ଲଗାତାର ମାସେ ପାଇଁ ବ୍ରତ ପାଳନ କରିବେ ବୋଲି କହିଛନ୍ତି | ସେହି ବାଲାଜୀ ମନ୍ଦିରରେ ମେ ୩୦ ତାରିଖରେ ସେ ସଂକଳ୍ପ ପୁରା କରିବେ ବୋଲି କହିଛନ୍ତି | ସଂକଳ୍ପ ପୁରା ହେବା ପରେ ସେ ଭୋଜନ ଗ୍ରହଣ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.