Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ମହିଳା ସାମ୍ବାଦିକ ଲାଇଭ ରିପୋର୍ଟିଂ କରୁଥିବାବେଳେ ଜଣେ ଯୁବକ ପଛରୁ ଆସି ଦେଲେ ଚୁମ୍ବନ, ଜାଣନ୍ତୁ ପୂରା ଘଟଣା

28/09/2019 at 2:33 PM

କେଣ୍ଟୁକି୨୮|୯: ଜଣେ ମହିଳା ରିପୋର୍ଟର ଟିଭିରେ ଲାଇଭ ଥିବାବେଳେ ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କ ପଛ ପଟେ ଆସି ତାଙ୍କ ଗାଲକୁ କିସ୍ ଦେବାକୁ ଲାଗିଥିଲେ। ସେହି ସମୟରେ ମହିଳା ରିପୋର୍ଟର ହଠାତ୍ ବୁଝି ପାରିନଥିଲେ ଯେ ଏହି ବ୍ୟକ୍ତି କିଏ ଏବଂ ସେ ଏପରି କାହିଁକି କଲା। ସେ ଲାଇଭ ଥିବା ଯୋଗୁଁ କିଛି ପ୍ରତିକ୍ରିୟା କରିନଥିଲେ। କିନ୍ତୁ ସେ ସମୟରେ ତାଙ୍କୁ ଏସବୁ ବହୁତ ଅସହଜ ଲାଗୁଥିଲା। ଏହା ଦେଖି ତାଙ୍କ କ୍ୟାମେରାମ୍ୟାନ୍ କ୍ୟାମେରାକୁ ଅନ୍ୟ ଆଡ଼କୁ କରି ଦେଇଥିଲେ। ଅନେକ ଥର ଲାଇଭ କରୁଥିବା ମହିଳା ସାମ୍ବାଦିକଙ୍କୁ ଲୋକେ ହଇରାଣ କରିଥାଆନ୍ତି। ପରେ ଯେତେବେଳେ ରିପୋର୍ଟର ତାଙ୍କ ଭିଡିଓ କ୍ଲିପ୍ ଦେଖିଥିଲେ ସେତେବେଳେ ସେ ବୁଝି ପାରିଥିଲେ ଯେ ବ୍ୟକ୍ତିଜଣକ ତାଙ୍କ ପାଖକୁ ଖରାପ ଉଦ୍ଦେଶ୍ୟରେ ଯାଇଥିଲା।

ଏହା ପରେ ମହିଳା ସାମ୍ବାଦିକ ପୋଲିସକୁ ଯୁବକ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ୍ ମଧ୍ୟ ଯୁବକକୁ ଗିରଫ କରିଥିଲା। ଅଭିଯୁକ୍ତର ନାଁ ଏରିକ୍ ଗୁଡମ୍ୟାନ(୪୨) । ଏରିକ୍ ବିରୋଧରେ ଆଗରୁ ଅନେକ ଅଭିଯୋଗ ରହିଛି। ଏବେ ସେ ଜେଲରେ। ଏହି ମାମଲାର ଶୁଣାଣି ଚାଲିଛି।

ଜେଲ୍ ଯିବା ପରେ ଏରିକ୍ ନିଜ ଭୁଲ୍ ବୁଝିପାରିଛି। ସେ ମହିଳା ସାମ୍ବାଦିକଙ୍କୁ କ୍ଷମା ମାଗିଛି। ଏରିକ୍ ବିରୋଧରେ ଆଗରୁ ଦୁଷ୍କର୍ମ ଅଭିଯୋଗ ରହିଛି। ଘଟଣା ଘଟିଛି କେଣ୍ଟୁକିରେ ।

   Related Posts