Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ହାତୁଡିରେ ଛେଚି ସ୍ତ୍ରୀ, ପୁଅ ଏବଂ ଝିଅକୁ ହତ୍ୟା କଲା ପୋଲିସ କର୍ମଚାରୀ, ସ୍ତ୍ରୀ ସହ ହୋଇଥିଲା ଝଗଡା

2/02/2020 at 2:28 PM

ରାଞ୍ଚି ୨।୨: ଝାଡଖଣ୍ଡ ରାଞ୍ଚିରେ ଅଭାବନୀୟ ଘଟଣା ଘଟିଛି । ଜଣେ ପୋଲିସ କର୍ମଚାରୀ ନିଜ ହାତରେ ନିଜ ପରିବାର ଉଜାଡି ଦେଇଛନ୍ତି । ପୋଲିସ କର୍ମଚାରୀ ଜଣଙ୍କ ନିଜ ସ୍ତ୍ରୀ, ପୁଅ ଏବଂ ଝିଅକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଘଟଣା ଘଟାଇବା ବେଳେ ପୋଲିସ କର୍ମଚାରୀ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୋଲିସ ସ୍ପେଶାଲ ବ୍ରାଞ୍ଚରେ ଡ୍ରାଇଭର ଭାବେ କାର୍ଯ୍ୟରତ ବ୍ରଜେଶ ତିଓ୍ବାରୀ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି । ପାମୁଲ ଜିଲ୍ଲାର ବାସିନ୍ଦା ବ୍ରଜେଶ ନିଜ ପରିବାର ସହ ବଡଗାଇଁ ଅଞ୍ଚଳର ଚନ୍ଦ୍ରଗୁପ୍ତନଗରରେ ଭଡା ଘରେ ରହୁଥିଲେ । ସେ ତାଙ୍କ ନିଜ ସ୍ତ୍ରୀ, ପୁଅ ଏବଂ ଝିଅକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଶୁକ୍ରବାର ଦିନ ନିଶାଶକ୍ତ ଅବସ୍ଥାରେ ବ୍ରଜେଶ ତାଙ୍କ ପତ୍ନୀ ରିଙ୍କି ଦେବୀଙ୍କ ସହ ଝଗଡା କରିଥିଲେ । ଝଗଡା ଏତେ ଭୟଙ୍କ ରୂପ ନେଇଥିଲା ଯେ, ସେ ପାଖରେ ପଡିଥିବା ଏକ ହାତୁଡି ନେଇ ପିଟିବାକୁ ଲାଗିଥିଲେ । ବ୍ରଜେଶ ତାଙ୍କ ପତ୍ନୀଙ୍କୁ ପିଟୁଥିବାର ଦେଖି ତାଙ୍କ ପୁଅ ଏବଂ ଝିଅ ଦୌଡି ଆସିଥିଲେ । ସେମାନଙ୍କ ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ବ୍ରଜେଶଙ୍କ ମୁଣ୍ଡରେ ରକ୍ତ ଚଢିଯାଇଥିଲା । ସେ ତାଙ୍କ ପୁଅ ଏବଂ ଝିଅକୁ ମଧ୍ୟ ମାରିଦେଇଥିଲା । ସୂଚନା ପାଇ ୧୦ଘଣ୍ଟା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା ।

   Related Posts