Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀକୁ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରୁଥିଲା ସ୍ବାମୀ, ସ୍ତ୍ରୀ ମନାକରିବାରୁ କଲା କଲା ଏମିତି କାମ…

1/09/2019 at 4:20 PM

ନୂଆଦିଲ୍ଲୀ ୧।୯: ଦିଲ୍ଲୀ ସାଗରପୁର ଅଞ୍ଚଳରୁ ଜଣେ ମହିଳାଙ୍କ ମୃତଦେହ ଘଟଣାର ପର୍ଦ୍ଦାଫାଶ୍ କରିଛି ଦିଲ୍ଲୀ ପୋଲିସ । ଏହି ଘଟଣାରେ ପଶ୍ଚିମବଙ୍ଗ ସାଉଥ୍ ପ୍ରାଗଣା ନିବାସୀ ଜଲିଲ ଶେଖ୍ ଗିରଫ ହୋଇଛନ୍ତି ।

ପୋଲିସର ସୂଚନା ଅନୁସାରେ, ମୃତ ମହିଳା ହେଉଛନ୍ତି ଫାତିମା ସରଦାର । ଜଲ୍ଲିଲ ଶେଖ୍ ଙ୍କ ସ୍ତ୍ରୀ ହେଉଛନ୍ତି ଫାତିମା । ପୋଲିସ ଜଲ୍ଲିଲଙ୍କ ସୂଚନା ଆଧାରରେ ଅଗଷ୍ଟ ୨୮ତାରିଖରେ କଲିକତା ବାଲିଗଞ୍ଜ ରେଳ ଷ୍ଟେସନରୁ ତାଙ୍କୁ ଗିରଫ କରାଯାଇଥିଲା ।

ଗିରଫ ହେବା ପରେ ଘଟଣାର ଖୁଲାସା କରିଥିଲେ ଅଭିଯୁକ୍ତ । ସେ କହିଥିଲେ ଯେ, ଗତ ୭-୮ମାସ ହେବ ସେ ତାଙ୍କ ସ୍ତ୍ରୀ ଏବଂ ଛୁଆ ସହ ସାଗରପୁର ଜେ-ବ୍ଲକ୍ସରେ ଭଡାରେ ରହୁଥିଲେ । ତାଙ୍କର ୨ଟି ସ୍ତ୍ରୀ ଥିଲେ । ଜଣେ ପଶ୍ଚିମବଙ୍ଗରେ ରହୁଥିବା ବେଳେ ଆନ୍ୟ ଜଣେ ନୂଆଦିଲ୍ଲୀରେ ରହୁଥିଲେ । ସେ ୬-୭ ମାସ ପୂର୍ବରୁ ଫାତିମାଙ୍କୁ ବନ୍ଧୁ ଭାବେ ଦିଲ୍ଲୀକୁ ଆଣିଥିଲେ । ସେତେବେଳେ ତାଙ୍କର ବିବାହ ମଧ୍ୟ ହୋଇନଥିଲା ।

ପରେ ଫାତିମାଙ୍କ ପରିବାରଲୋକ ଦିଲ୍ଲୀ ଆସିବାରୁ ଉଭୟ ବିବାହ କରିଥିଲେ । ପ୍ରଥମେ ପ୍ରଥମେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ମାତ୍ର ପରେ ଟଙ୍କା ପଇସାରେ ଅଭାବ ହେବାରୁ ଜଲ୍ଲିଲ ଫାତିମାଙ୍କୁ ଦେହବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ । ମାତ୍ର ଫାତିମା ତାହାକୁ ବିରୋଧ କରିଦେଲେ । ଫଳରେ ଜଲ୍ଲିଲ ରାଗିଯାଇ ତାଙ୍କ ଗଳା ଚାପା ହତ୍ୟା କରିଦେଲେ । ପରେ ଫାତିମାଙ୍କ ଶବକୁ ବ୍ୟାଗ୍ ରେ ଭର୍ତ୍ତି କରି ଶିବପୁରୀ ନିକଟରେ ଫିଙ୍ଗି ଦେଇଥିଲେ ।

   Related Posts