Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ସାଙ୍ଗରେ ଖାଇବାକୁ ମନା କଲା ସ୍ତ୍ରୀ, ରାଗିଯାଇ ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ବାମୀ

22/12/2019 at 10:45 AM

ମୁମ୍ବାଇ ୨୨।୧୨: ମୁମ୍ବାଇରେ ସ୍ତ୍ରୀ ଖାଇବାକୁ ମନା କରିବାରୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି ସ୍ବାମୀ । ସଂପୃକ୍ତ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିବା କାରଣରୁ ସ୍ତ୍ରୀ ତାଙ୍କ ଉପରେ ଭୀଷଣ ରାଗିଥିଲେ ।  ଯାହା ତାଙ୍କ ସ୍ବାମୀଙ୍କୁ ପସନ୍ଦ ନଥିଲା । ତେଣୁ ସେ ତାଙ୍କୁ ଏଭଳି ଭାବେ ପିଟି ପିଟି ହତ୍ୟା କରିଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ୪୩ ବର୍ଷ ବୟସ୍କ ଅଜୟ ଅଦସୁଲ ଶୁକ୍ରବାର ରାତିରେ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଅଜୟ ମଦ୍ୟପାନ କରି ଘରକୁ ଫେରିଥିବାରୁ ତାଙ୍କ ସ୍ତ୍ରୀ ସୁଜାତା ତାଙ୍କ ଉପରେ ଭୀଷଣ ଭାବେ ରାଗିଯାଇଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସୁଜାତାଙ୍କୁ ଅଜୟ ଖାଇବାକୁ ଡାକିଥିଲେ । ମାତ୍ରା ସେ ଖାଇବାକୁ ମନା କରିଦେଇଥିଲେ । ଫଳରେ ଅଜୟଙ୍କ ରାଗି ପଞ୍ଚମ ହୋଇଯାଇଥିଲେ । ସେ ସୁଜାତାଙ୍କୁ ମାଡପିଟ୍ କରିବାକୁ ଲାଗିଥିଲେ । 

ନିଶାଶକ୍ତ ଅବସ୍ଥାରେ ଥିବାରୁ ସେ କିଛି ଜାଣିପାରିନଥିଲେ । ଅତି ନିର୍ମମ ଭାବେ ସୁଜାତାଙ୍କୁ ପିଟିବାକୁ ଲାଗିଥିଲେ । ଏମିତିକି କାନ୍ଥରେ ସୁଜାତାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ଯାହା ଫଳରେ ସୁଜାତା ସେହିଠାରେ ଟଳି ପଡିଥିଲେ । ସୁଜାତାଙ୍କୁ ଏପରି ଅବସ୍ଥାରେ ଦେଖି ସେ ଡରିଯାଇଥିଲେ । ତୁରନ୍ତ ସୁଜାତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ଅଜୟ କହିଥିଲେ ଯେ, ତାଙ୍କ ସ୍ତ୍ରୀ ବାଥରୁମ୍ ରେ ପଡିଯାଇଛନ୍ତି । ଡାକ୍ତର ସେଠାରେ ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ ।

ସୁଜାତାଙ୍କୁ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ତାଙ୍କ ଶରୀରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆଘାତ ଲାଗିଛି । ଯାହା ଫଳରେ ଜଣାପଡିଥିଲା ଯେ, ଅଜୟ ତାଙ୍କ ସ୍ତ୍ରୀଙ୍କୁ ଭୀଷଣ ମାଡପିଟ୍ କରିଛନ୍ତି । ଯାହା ଫଳରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି ।  ଡାକ୍ତର ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଭୋଇଓ୍ବାଡା ପୋଲିସ ଅଜୟଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts