ଜ୍ବାଇଁକୁ ହତ୍ୟା କରିବା ପାଇଁ ଖାସି ସୁପାରୀ ଦେଇଥିଲା ଶ୍ବଶୁର

Published By : Prameya-News7 Bureau | August 28, 2018 IST

କେନ୍ଦୁଝର ୨୮/୮: ଜ୍ବାଇଁକୁ ହତ୍ୟା କରିବା ପାଇଁ ଖାସି ସୁପାରୀ ଦେଇଥିଲା ନିଜେ ଶ୍ବଶୁର । ଶବକୁ ହତ୍ୟା କରିବା ପରେ ପାହାଡ ଖୋଲରେ ପୋତି ଦେଇଥିଲା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ମରସୁଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।। ମୃତ ସୁଣ୍ଡରା ଗାଁର ନିର୍ମଳ ଦେହୁରୀ ଘର ଜ୍ବାଇଁ ଭାବେ ଶ୍ବଶୁର ଘର ମରସୁଆଁରେ ରହୁଥିଲା । ଗତ ୧୧ତାରିଖରୁ ସେ ନିଖୋଜ ଥିଲେ । ଗତକାଲି ରାତିରେ ପାହାଡ ଖୋଲରୁ ତାଙ୍କର କଙ୍କାଳ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଶ୍ବଶୁର ସମେତ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଜ୍ବାଇଁ ପ୍ରତିଦିନ ମଦ ପିଇ ମାରପିଟ୍ ଓ ଝଗଡା କରୁଥିଲା । ଏଥିରେ ଅତିଷ୍ଠ ହୋଇ ଶ୍ବଶୁର ଜ୍ବାଇଁକୁ ହତ୍ୟା କରିବାକୁ ସୁପାରୀ ଦେଇଥିବା ପୋଲିସ ଆଗରେ ଶ୍ବଶୁର ସ୍ବୀକାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.