ମା’ର ଗାଳି ସହି ନପାରି ହତ୍ୟା କରି ନାଳରେ ଫିଙ୍ଗିଦେଲା ପୁଅ, ଟିଭି ସିରିଏଲ ଦେଖି କରିଥିଲା ଯୋଜନା

Published By : Prameya-News7 Bureau | February 23, 2020 IST

ଖଣ୍ଡଓ୍ବା ୨୩।୨: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ନିଜ ଜନ୍ମକଲା ମା’କୁ ହତ୍ୟା କରି ମୃତଦେହକୁ ନାଳରେ ଫିଙ୍ଗିଦେଇଛି । ଖଣ୍ଡଓ୍ବା ଜିଲ୍ଲା ଅଞ୍ଚଳରେ ଥିବା ଏକ ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଭିଯୁକ୍ତ ସନ୍ତୋଷ ପାଟିଲକୁ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରି  ଗିରଫ କରିଛି ।

ପୋଲିସ ଅଧୀକ୍ଷକ ଶିବଦୟାଲ ସିଂହ କହିବା ଅନୁସାରେ, ୩୨ ବର୍ଷ ବୟସ୍କା ସନ୍ତୋଷ ପାଟିଲ ତାର ୫୦ବର୍ଷ ବୟସ୍କା ମା’ ବିମଳା ବାଇଙ୍କୁ ହତ୍ୟା କରିଛି । ଏହାପରେ ଶବକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଛି । ମା’ର ଗାଳିଗୁଲଜ କରିବାକୁ ନେଇ ଚିଡିଯାଇଥିଲା ସନ୍ତୋଷ । ଫଳରେ ସେ ଟେଲିଭିଜନ ସିରିଏଲ ଦେଖି ହତ୍ୟାର ଯୋଜନା ପ୍ରସ୍ତୁତ କରିଥିଲା ସନ୍ତୋଷ ।

ମା’ଙ୍କୁ ହତ୍ୟା କରିବା ପରେ ୪ଦିନ ପର୍ଯ୍ୟନ୍ତ ଶବକୁ ଘର ଭିତରେ ରଖିଥିଲା ସନ୍ତୋଷ । ତାପରେ ମୃତଦେହକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରିନେଇ ନାଳରେ ଫିଙ୍ଗି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.