Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କରଜ ଟଙ୍କା ଫେରସ୍ତ ନକରିବାରୁ ସାଙ୍ଗକୁ ହତ୍ୟା କଲା ଆଉଜଣେ ସାଙ୍ଗ; ହତ୍ୟା ପରେ ଶବକୁ ଟୁକୁଡା ଟୁକୁଡା କରି ଭସେଇଦେଲା ଟଏଲେଟରେ

3/02/2019 at 1:22 PM

ମୁମ୍ବାଇ ୩/୨ : ମୁମ୍ବାଇରେ ଜଣେ ଯୁବକଙ୍କୁ ହତ୍ୟା କରି ମୃତଦେହକୁ ଟୁକୁଡା ଟୁକୁଡା କରି ଟଇଲେଟରେ ଭସାଇ ଦେଇଥିବା ଘଟଣା ଜଣାପଡିଛି | ମୃତକ ହେଲେ ୨୮ ବର୍ଷ ବୟସ୍କ ଗଣେଶ ବିଟ୍ଠଲ | ପୋଲିସ ସୂଚନା ଅନୁଯାୟୀ, ଗଣେଶଙ୍କୁ ତାଙ୍କର ଜଣେ ବନ୍ଧୁ ଗୋଟିଏ ସପ୍ତାହ ପୂର୍ବରୁ ହତ୍ୟା କରିଥିଲେ | ମୁମ୍ବାଇ ବିରାର ଅଂଚଳରେ ଘଟିଛି ଏଭଳି ବର୍ବର କାଣ୍ଡ | ପୋଲିସ ଯାଞ୍ଚ ପରେ ହତ୍ୟାକାଣ୍ଡର କାରଣ ଜଣାପଡିଥିଲା |


ସୂଚନାଯୋଗ୍ୟ ଯେ, ଗଣେଶ ନିଜର ଜଣେ ବନ୍ଧୁ ପିଣ୍ଟୁ ଠାରୁ ୧ ଲକ୍ଷ ଟଙ୍କା କରଜ ଆଣିଥିଲେ | କିନ୍ତୁ କରଜ ଟଙ୍କା ଫେରସ୍ତ କରିନଥିଲେ | ଅଭିଯୁକ୍ତ ପିଣ୍ଟୁ ଘରର ଆସବାବପତ୍ର ଘୁଞ୍ଚାଇବା ବାହାନାରେ ଗଣେଶଙ୍କୁ ନିଜ ଘରକୁ ଡାକିଥିଲା | ଗଣେଶ ପିଣ୍ଟୁ କଥାରେ ତା’ ଘରେ ପହଂଚିଥିଲେ | ଉଭୟ ମିଶି ମଦ ପିଇଥିଲେ | ପଡା ପିଇବା ଭିତରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଯାଇଥିଲା | ଯୁକ୍ତିତର୍କ ବେଳେ ପିଣ୍ଟୁ ଉତକ୍ଷିପ୍ତ ହୋଇ ଗଣେଶଙ୍କୁ ହତ୍ୟା କରିଥିଲା | ହତ୍ୟା କରିସାରିବା ପରେ ପିଣ୍ଟୁ ଗଣେଶଙ୍କ ଶବକୁ କାଟି ଟୁକୁଡା ଟୁକୁଡା କରିଦେଇଥିଲା | ଏହାପରେ ଶବ ଟୁକୁଡାଗୁଡିକୁ ଟାଇଲେଟରେ ଭସାଇ ଦେଇଥିଲା |


ପୋଲିସ ଅଧିକାରୀ କହିଛନ୍ତି ଯେ, ଯଦି ପିଣ୍ଟୁର ଘରର ତଳର ପାଇପ ଲାଇନ ଯାମ ହେଇନଥାନ୍ତା ତାହେଲେ ବୋଧହୁଏ ହତ୍ୟାକାଣ୍ଡ ସମ୍ପର୍କରେ ଜାଣି ହୋଇନଥାନ୍ତା | ଅନେକ ମାଂସ ଟୁକୁଡା ପାଇପ ଲାଇନରେ ଫାଶୀ ଯିବା ହେତୁ ପାଣି ଯାଇନପାରି ପାଣି ବାହାରକୁ ବାହାରିବା ଆରମ୍ଭ ହୋଇଥିଲା | ଏହାପରେ ସେଠାରେ ରହୁଥିବା ଅନ୍ୟାନ୍ୟ ଲୋକେ ଅଭିଯୋଗ କରିଥିଲେ | ଏହାପରେ ପାଣି ପାଇପ ମିସ୍ତ୍ରୀ ଆସି ଦେଖିଥିଲା ସିବେଜରେ ମାଂସ ଟୁକୁଡା ଜମା ହୋଇରହିଛି | ତେବେ ଏହି ମାଂସ ଟୁକୁଡା କେଉଁଠୁ ଆସିଲା ତାହା କେହି ମଧ୍ୟ କହିପାରିନଥିଲେ | ଫଳରେ ସନ୍ଦେହ ସୃଷ୍ଟି ହୋଇଥିଲା | ଏହାପରେ ଘଟଣା ଥାନାରେ ପହଞ୍ଚିଥିଲା | ଖବରପାଇ ପୋଲିସ ଘଟଣାସ୍ଥଳରେ ଆସି ଯାଞ୍ଚ ଆରମ୍ଭ କରିଥିଲା | ମାଂସ ଟୁକୁଡାର ଫରେନସିକ ଟେଷ୍ଟ ପରେ ଜଣାପଡିଥିଲା ଯେ, ତାହା ଗଣେଶଙ୍କର ଏବଂ ପିଣ୍ଟୁ ତାଙ୍କୁ ହତ୍ୟା କରିଛି |

ଘଟଣା ପରେ ପୋଲିସ ପିଣ୍ଟୁକୁ ଗିରଫ କରିଛି | ପୋଲିସ ସୂଚନା ଅନୁଯାୟୀ, ପିଣ୍ଟୁ ଷ୍ଟକ ଏକ୍ସଚେଞ୍ଜରେ କାମ କରୁଥିଲା | ମୃତକ ଗଣେଶ ଏକ ପ୍ରିଣ୍ଟିଂଗ ପ୍ରେସ ଚଳାଉଥିଲେ | ନିକଟରେ ଗଣେଶଙ୍କର ବିବାହ ମଧ୍ୟ ହେବାରଥିଲା |

   Related Posts