ପରକୀୟା ପ୍ରୀତି ଉଜାଡି ଦେଲା ସଂସାର : ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ସୈତାନ ସ୍ବାମୀ

Published By : Prameya-News7 Bureau | September 10, 2019 IST

ଭବାନୀପାଟଣା ୧୦|୯: କଳାହାଣ୍ଡି ସିଂଗଝରଣ ଗାଁରେ ଦୁଇ ଶିଶୁ ଓ ମାଆର ମୃତ ଦେହ ଉଦ୍ଧାର ମାମଲାରେ ନୂଆ ମୋଡ ଆସିଛି  । ଦୁଇ ଶିଶୁଙ୍କ ଗଳା କାଟି ମାରିବା ପରେ ମା ଆତ୍ମହତ୍ୟା କରିଥିବା ଗତକାଲି ଘଟଣା ଘଟିବା ପରେ ଆଲୋଚନା ହେଉଥିଲା । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଜି ପୋଲିସ ସ୍ପଷ୍ଟ କରିଛି। ହତ୍ୟାର ମାଷ୍ଟର ମାଇଣ୍ଡ ହେଉଛି ନିର୍ଦ୍ଦୟ ବାପା ତଥା ସ୍ବାମୀ ଲିଙ୍ଗା ମାଝୀ ।ଆଉ  ତିନି ତିନୋଟି ଜୀବନ ନେବା ପଛର କାରଣ ହେଉଛି ପରକୀୟା ପ୍ରିତି ।

{"id":155763}

ପ୍ରଥମେ  ପତ୍ନୀଙ୍କୁ ମାରି ଟ୍ରେନ ଲାଇନରେ ପୋଫାଡି ଦେଲା । ଆଉ ତାପରେ ନିଜର ଦୁଇ ଶିଶୁପୁତ୍ରଙ୍କୁ ମଧ୍ୟ ଗଳାକାଟି ହତ୍ୟାକଲା । ଭବାନୀପାଟଣା  ସିଂଗଝରଣ ଗାଁରେ ଦୁଇ ଶିଶୁ ସହ ମାଆଙ୍କ ମୃତଦେହ ମିଳିବା ଘଟଣା ଉପରୁ ହଟିଛି ରହସ୍ୟ ।

{"id":155764}

ଦୁଇ ଶିଶୁ ଦୁଷ୍ନନ୍ତ ଏବଂ ରବୀନ୍ଦ୍ର ଏବଂ ଏମାନଙ୍କ ମା ବିମଳା ମାଝୀଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ।ସ୍ବାମୀ ଲିଙ୍ଗା ମାଝୀ ପ୍ରଥମେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ରେଳ ଲାଇନରେ ଫିଙ୍ଗି ଦେଇଥିଲା ମୃତଦେହ ।

{"id":155765}

ଘରକୁ ଫେରି ୨ ଶୁଶୁଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ବିମଳା ଏବଂ ୨ ଶିଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରା ଯାଇଥିବା ସ୍ପଷ୍ଟ ହୋଇଛି ।  ମୁଖ୍ୟ ଅଭିଯୁକ୍ତ ଲିଙ୍ଗା ମାଝୀକୁ ଗିରଫ କରିଛି ପୋଲିସ ।

{"id":155766}

ପତ୍ନୀ ବିମଳା ଥାଉଥାଉ ଲିଙ୍ଗା ମାଝୀ ଜଣେ ବିବାହିତା ମହିଳା ରାଜଲକ୍ଷ୍ମୀକୁ ଭଲ ପାଉଥିଲା । ଏପରିକି ରାଜଲକ୍ଷ୍ମୀକୁ  ଦ୍ବିତୀୟ ବିବାହ ମଧ୍ୟ  କରିଥିଲା । ଏହାକୁ  ପତ୍ନୀ ବିମଳା ବିରୋଧ କରୁଥିଲେ । ବିରୋଧର କୌଣସି ପ୍ରଭାବ ନପଡିବାରୁ ଅଲଗା ରହୁଥିଲେ ।  କିଛି ଦିନ ପରେ ଦ୍ବିତୀୟ ପତ୍ନୀ ରାଜଲକ୍ଷ୍ମୀ ନିଜ ପୂର୍ବ ସ୍ବାମୀ ନିକଟକୁ ଫେରିଯାଇଥିଲା । ଫଳରେ  ଲିଙ୍ଗା ମଧ୍ୟ ବିମଳାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଆଉ ଏଇଥିରୁ ଲିଙ୍ଗାର ରାଗ ପଞ୍ଚମକୁ ଉଠିଯାଇଥିଲା ।  ଘଟଣାରେ ପୋଲିସ ରଜଲକ୍ଷ୍ମୀ ଏବଂ ଅନ୍ୟ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ପରକୀୟ ପ୍ରୀତିରୁ ଉଜୁଡ଼ିଯାଇଛି ଲିଙ୍ଗା ଏବଂ ବିମଳାଙ୍କ ସୁନାର ସଂସାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.