ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକକୁ ହତ୍ୟା କଲା ସ୍ବାମୀ

Published By : Prameya-News7 Bureau | February 12, 2019 IST

ବାଲେଶ୍ବର ୧୨|୨:  ବାଲେଶ୍ବର ଜିଲ୍ଲା ରାଣିପାଟଣା ବ୍ୟାଙ୍କ୍ କଲୋନୀରେ ଡବଲ ମର୍ଡର ହୋଇଛି । ପରକୀୟା ପ୍ରିତିର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟାଇଛି ସ୍ବାମୀ । ସ୍ତ୍ରୀ ଓ ତାର ପ୍ରେମିକକୁ ହତ୍ୟା କରିଛି ସ୍ବାମୀ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ରାଣିପାଟଣା ବ୍ୟାଙ୍କ୍ କଲୋନୀରେ ରହୁଥିଲେ କୈଳାସ ସାହୁ ଏବଂ ତାଙ୍କ ସ୍ତ୍ରୀ । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା କୈଳାସଙ୍କର । ଫଳରେ ସେ ସ୍ତ୍ରୀ ସହ ତାଙ୍କ ପ୍ରେମିକଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ମୃତ ସ୍ତ୍ରୀଙ୍କ ନାଁ ଲକ୍ଷ୍ମୀପ୍ରିୟା ସାହୁ ଓ ପ୍ରେମିକ ହେଲେ ପ୍ରଦୀପ କୁମାର ଦେ । ସେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଚଳାଇଥିଲେ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି ସ୍ବାମୀ କୈଳାସ ସାହୁ । ଘଟଣାସ୍ଥଳରେ ପହଞ୍ଚି ସହଦେବଖୁଣ୍ଟା ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.