ମାସକର ଶିଶୁକନ୍ୟାର ତଣ୍ଟି ଚିପି ମାରିଦେଲା ବାପା ! ହତ୍ୟା ପରେ ପୋତିଦେଇଥିବା ସନ୍ଦେହ

Published By : Prameya-News7 Bureau | October 09, 2020 IST

ଢେଙ୍କାନାଳ ୯।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ବସୋଇ ଗ୍ରାମରେ ଏକ ମାସର ଶିଶୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏପରିକି ଶିଶୁକୁ ଦମ୍ପତ୍ତି ମାରିଦେଇଥିବା ସନ୍ଦେହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନିଜ ମାସକର ଶିଶୁ କନ୍ୟାକୁ ବାପା ହତ୍ୟା କରି ପୋତିଦେଇଥିବା ସନ୍ଦେହ କରାଯାଉଛି । ମୃତ ଶିଶୁକୁ ନେଇ ପୋତି ଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ପରଜଙ୍ଗ ସିଡିପିଓ ଓ ଶିଶୁ ସୁରକ୍ଷା ସଦସ୍ୟ, ପରଜଙ୍ଗ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି ।

ତେବେ ଶିଶୁଟିର ଦେହ ଖରାପ ଥିଲା ଓ ପରେ ତାର ମୃତ୍ୟୁ ହୋଇଥିବାରୁ ତାକୁ ପୋତି ଦେଇଥିବା ମୃତ ଶିଶୁର ପରିବାର ପକ୍ଷରୁ କୁହାଯାଉଛି । ତଦନ୍ତ ପରେ ସଠିକ୍ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.