ମାଲକାନଗିରି ଜିଲ୍ଲାରେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ

Published By : Prameya-News7 Bureau | May 16, 2018 IST

ମାଲକାନଗିରି ଜିଲ୍ଲାରେ ପୁଣି ମାଓ ହିଂସା । ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ । ମାଥିଲି ଥାନା ତେମୁରୁପାଲ୍ଲି ଗାଁର ଜଗଦିଶ ସମରଥଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ତେମୁରୁପାଲ୍ଲି ଗାଁରେ ପହଞ୍ଚି ଜଗଦିଶଙ୍କୁ ନକ୍ସଲ ସଭାରେ ଯୋଗ ଦେବାଲାଗି ଘରୁ ଡାକିନେଇଥିଲେ । ତେବେ ଗାଁ ମୁଣ୍ଡ ଜଙ୍ଗଲରେ ପହଞ୍ଚିଲା ପରେ ତାଙ୍କୁ ପୋଲିସ ଇନଫରମର କହି ମୁଣ୍ଡରେ ଗୁଳି ମାରିଥିଲେ । ଘଟଣା ସ୍ଥଳରେ ଜଗଦିଶ ପ୍ରାଣ ହରାଇଛନ୍ତି । ମାଓବାଦୀମାନେ ସେଠାରେ ଏକ ହିନ୍ଦିରେ ଲେଖା ହୋଇଥିବା ଏକ ଚିଠି ଛାଡି ଯାଇଛନ୍ତି । ଜଗଦିଶ ପୋଲିସ ପାଇଁ ଗୁଇନ୍ଦା କାମ କରୁଥିବାରୁ ମାଓବାଦୀଙ୍କ ଦରଭା ସଂଗଠନ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି । ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ପୋଲିସ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.