ଛିଡ଼ା ହୋଇ କଥା ହେଉଥିଲେ ବ୍ୟକ୍ତି, ପାଖରେ ପରିସ୍ରା କରିବାରୁ ମନା କଲେ, ରାଗି ଯାଇ ହତ୍ୟା କଲା ଯୁବକ

Published By : Prameya-News7 Bureau | October 03, 2021 IST

ମୁମ୍ୱାଇ, ୦୩/୧୦: ସମାନ୍ୟ କଥାକୁ ନେଇ ମହାରାଷ୍ଟ୍ରରେ ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଦିଆଯାଇଥିବା ଜଣାପଡ଼ିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ବ୍ୟକ୍ତି ଜଣେ ଯୁବକଙ୍କୁ ତା ପାଖରେ ପରିସ୍ରା କରିବାକୁ ମନା କରିଥିଲା । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ଉକ୍ତ ଯୁବକକୁ ଛୁରୀରେ ହତ୍ୟା କରିଯାଇଥିଲା । ପୋଲିସ୍‌ ଶନିବାର ଦେଇଥିବା ସୂଚନା ଅନୁସାରେ, ଏହି ଘଟଣା ବଗଲା ଗାର୍ଡେନ୍‌ ପାଖରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିଲା ।

ମିଳିଥିବା ସୂଚନା ଅନୁସାରେ ୪୧ ବର୍ଷୀୟ ମହମ୍ମଦ ରଫିଫ୍‌ ଅଂସାରୀ ତାଙ୍କ ସାଙ୍ଗ ସହିତ କଥା ହେଉଥିଲେ । ଏହି ସମୟରେ ୨୪ ବର୍ଷୀୟ ମହମ୍ମଦ ଅବଦୁଲ୍ଲା ଆଲମ ଶେଖ ସେଠାରେ ପହଞ୍ଚିଥିଲା । ରଫିଫ୍‌ ଛିଡ଼ା ହୋଇ କଥା ହେଉଥିବା ସ୍ଥାନର ପାଖରେ ଅବଦୁଲ୍ଲା ପରିସ୍ରା କରୁଥିଲା । ଯାହାକୁ ନେଇ ରଫିଫ୍‌ ତାକୁ ବାରଣ କରି ଅନ୍ୟ କୋଉଠି ପରିସ୍ରା କରିବାକୁ କହିଥିଲା ।

ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହା ଏତେ ବଢ଼ି ଯାଇଥିଲା ଯେ ରାଗି ଯାଇଥିବା ଅବ୍‌ଦୁଲ୍ଲା, ରଫିଫ୍କୁ ଛୁରୀରେ ଆକ୍ରମଣ କରିଥିଲା । ଛୁରି ଭୁସି ସେଠାରୁ ସେ ଫେରାର ହୋଇଯାଇଥିଲା । ଘଟଣା ପରେ ରଫିଫ୍‌କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୱଡାଲା ଟ୍ରକ ଟର୍ମିନାଲ୍‌ ପୋଲସ୍‌ ଷ୍ଟସନର ଅଧିକାରୀ ଏନେଇ କହିଛନ୍ତି ଯେ, ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.