ଘର ସାମ୍ନାରେ ଶୋଇଥିଲେ ନୀଳମଣି, ମୁଣ୍ଡରୁ ଗଣ୍ଡି ଅଲଗା କରଦେଲେ ଦୁର୍ବୁତ୍ତ

Published By : Prameya-News7 Bureau | May 19, 2021 IST

କଳାହାଣ୍ଡି, ୧୯/୫: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଘର ସାମ୍ନାରେ ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି l ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ମୁଣ୍ଡ ଠାରୁ ଗଣ୍ଡିକୁ ଦୃବୁର୍ତ୍ତ ଅଲଗା କରିଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବତିଶ ବର୍ଷୀୟ ନୀଳମଣି ଦଣ୍ଡସେନା ବୋଲି ଜଣାପଡିଛି। ସକାଳୁ ତାଙ୍କ ସ୍ତ୍ରୀ ଚଂଚଳା ଦଣ୍ଡାସେନା ମୃତ ଦେହ ଦେଖି ପୋଲିସକୁ ଏନେଇ ଖବର ଦେଇଥିଲେ। ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଂଚି ତଦନ୍ତ ଜାରି ରଖିଛି। ଘର ସାମ୍ନାରେ ନିର୍ମମ ହତ୍ୟା ସତ୍ବେ ଘରେ ଶୋଇଥିବା ସ୍ତ୍ରୀ ଜାଣି ନ ପାରିବା ପୋଲିସର ସନ୍ଦେହ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.