ଯୁବକଙ୍କୁ ନୃଶଂସ ଭାବେ ହାଣି ହତ୍ୟା କଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା !

Published By : Prameya-News7 Bureau | July 24, 2020 IST

କଣ୍ଟାମାଳ, ୨୪|୦୭:  ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ନାଳ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ଲୋକନାଥ ପ୍ରଧାନ ।

ଲୋକନାଥଙ୍କୁ କିଛି ଦୁର୍ବୃତ୍ତ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିବା ଜଣାପଡିଛି । ଲୋକନାଥଙ୍କ ଘର ଖମନମୁଣ୍ଡା ଗ୍ରା.ପର ସିଆଲଝୁଲି ଗ୍ରାମର ବୋଲି ଜଣାପଡିଛି । ତେବେ ହତ୍ୟାର କାରଣ ଜଣାପଡିନଥିବା ମଧ୍ୟ ରାଜନୈତିକ କାରଣରୁ ତାଙ୍କୁ ହତ୍ୟା ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଘଟଣାର ଖବର ପାଇ କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.