ଆଡଭେ଼ଞ୍ଚର ନିଶା ହେଲା କାଳ, ହନିମୁନରେ ଯାଇ ଆଉ ଫେରିଲେନି ଯୁବକ

Published By : Prameya-News7 Bureau | October 25, 2019 IST

କୌଣସି ବ୍ୟକ୍ତିଙ୍କ ଲାଗି ହନିମୁନ ଜୀବନର ସବୁଠୁ ଖାସ୍ ନିଶ୍ଚିତ। ଏଣୁ ଦମ୍ପତ୍ତି ବିତାଇ ଥିବା ଏହି ସମୟର ପ୍ରତିଟି ମୁହୁର୍ତ୍ତ ସେମାନଙ୍କ ଲାଗି ବାସ୍ତବିକ ସ୍ମରଣୀୟ ସମୟ।  ଏଣୁ ପ୍ରତ୍ୟେକ ଚାହାଁନ୍ତି ହନିମୁନ କିପରି ଅଧିକ ରୋମାଞ୍ଚକର ହେଉ। ତେବେ କେବେକେବେ ଏଭଳି ରୋମାଞ୍ଚ ସେମାନଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଥାଏ। ଯେପରି କାର୍ଲିଫର୍ଣ୍ଣିଆର ଏହି ଯୁବକଙ୍କ ସହ ହୋଇଛି।

{"id":174848,"width":579,"height":429}

କାର୍ଲିଫର୍ଣ୍ଣିଆ ସାନଜୋସ ନିବାସୀ ୩୬ ବର୍ଷୀୟ ଜମାଲ ଜର୍ଡାନ ବିବାହର ଦୁଇ ଦିନ ପରେ ହନିମୁନ ବିତାଇବା ଲାଗି ପତ୍ନୀଙ୍କ ସହ ହାୱାଇ ପହଞ୍ଚିଥିଲେ। ସେଠାରେ ଆଡଭେଞ୍ଚର ଆକ୍ଟିଭିଟି ଲାଗି  ମୋନାଲୋଆ ବିଚ୍ ଯାଇଥିବା ବେଳେ ସେଠାରେ ଜର୍ଡାନ ପାରାସେଲିଂ ରାଇଡ ସର୍ଭିସ କମ୍ପାନୀର ଏଚ-୨୦ସ୍ପୋର୍ଟସ ହାୱାଇ ଆକ୍ଟିଭିଡିରେ ଭାଗ ନେଇଥିଲେ।

{"id":174849,"width":574,"height":430}

ତେବେ ଲୋକେ ତାଙ୍କୁ ସମୁଦ୍ରରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କୁଳକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ ପାରାସେଲିଂ କରୁଥିବା ବେଳେ ସମୁଦ୍ରରେ କିପରି ପଡିଲେ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ତାଙ୍କର ଅତ୍ୟାଧିକ ଉତ୍ସାହ ଜୀବନକୁ ନିମିଷରେ ଶେଷ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.