କଟୁରୀରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ସ୍ବାମୀ ଗିରଫ
31/05/2019 at 8:09 AM

ଜଳେଶ୍ବର ୩୧|୫: ଜଳେଶ୍ବରରେ କଟୁରରୀ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ । ପରକୀୟା ପ୍ରୀତି ଯୋଗୁଁ ହତ୍ୟା ସନ୍ଦେହ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା କର୍ମଦା ଥାନା ବଳଙ୍ଗା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପରକୀୟା ପ୍ରୀତି ଯୋଗୁଁ ସ୍ବାମୀ ସ୍ତ୍ରୀକୁ ହାଣି ଦେଇଥିବା ଅଭିଯୋଗ ହୋଇଛି । କମଳାକାନ୍ତ ରଣା କର୍ମଦା ଛକରେ ଏକ ଭଡା ଘରେ ଦୋକାନ କରି ରହୁଥିଲେ । ଗତକାଲି କମଳାକାନ୍ତଙ୍କ ନବ ବିବାହିତ ସ୍ତ୍ରୀ ଡଲି ରଣାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ କଟୁରୀରେ ହାଣି ଦେଇଥିଲେ । ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଫେରାର ଥିବା ଅଭିଯୁକ୍ତ ସ୍ବାମୀକୁ ପଶ୍ଚିମବଙ୍ଗରୁ ଗିରଫ କରିଛି । ତା ନିକଟରୁ ଗୋଟିଏ ମଟରସାଇକେଲ ଜବତ କରିଛି । ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କର୍ମଦା ଥାନା ଆଇଆଇସି କହିଛନ୍ତି ।