ଛୁରୀ ଭୁଷି ପତ୍ନୀଙ୍କୁ ହତ୍ୟା କରିବା ପରେ ଥାନାରେ ହତ୍ୟା କାହାଣୀ ଶୁଣାଇଲା ସ୍ବାମୀ

Published By : Prameya-News7 Bureau | November 30, 2019 IST

ହିସାର ୩୦/୧୧: ହରିୟାଣାର ହିସାରରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରୀ ଭୁଷି ହତ୍ୟା କରିଛି ଏବଂ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ନେଇ ଥାନାକୁ ପହଞ୍ଚିଥିଲା। ହତ୍ୟା ଅଭିଯୁକ୍ତ ଥାନା ମୁଖ୍ୟଙ୍କୁ କହିଥିଲା ସେ ତା’ ପତ୍ନୀକୁ ହତ୍ୟା କରିଛି। ପୋଲିସ୍ ତା’ଠୁ ଛୁରୀ ଜବତ କରି ସ୍ବାମୀ ବିରୋଧରେ ହତ୍ୟା ଏବଂ ଶସ୍ତ୍ର ଅଧିନିୟମ ଅନୁସାରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ହିସାରର ଗଗଓ୍ବା ଗାଁରେ ରହୁଥିବା ନିତୁଙ୍କୁ ତାଙ୍କ ସ୍ବାମୀ ରମେଶ ଛୁରୀ ଭୁଷି ହତ୍ୟା କରିଥିଲା। ଏହା ପରେ ସେ ଲୁଚିବା ବଦଳରେ ଥାନା ପହଞ୍ଚି ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲା। ସେ ପୋଲିସକୁ କହିଥିଲା ଯେ ସେ ନିଜ ପତ୍ନୀକୁ ହତ୍ୟା କରି ଦେଇଛି କାରଣ ତା’ ପାଇଁ ତା’ର ବଡ଼ ଭାଇ ରାଜୁଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା। ସେ ତା’ ଘର ବରବାଦ କରି ଦେଇଥିଲା।

ଆଜାଦ ନଗର ପୋଲିସ୍ ଅଭିଯୁକ୍ତ ରମେଶ ବିରୋଧରେ ହତ୍ୟା ଏବଂ ଶସ୍ତ୍ର ଅଧିନିୟମ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ୍ ଦିନେ ରିମାଣ୍ଡ ପରେ ଅଭିଯୁକ୍ତକୁ ଅଦାଲତରେ ହାଜର କରିଥିଲା।

ସୂଚନା ଅନୁସାରେ ରମେଶର ଭାଇ ମେକାନିକ ରାଜୁ ୬ମାସ ତଳେ ମାନସିକ ରୂପରେ ପ୍ରତାରିତ ହୋଇ ଫାଶି ଲଗାଇ ଦେଇଥିଲେ। ସେ ଏକ ସୁଇସାଇଡ ନୋଟ୍ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ନିଜ ପତ୍ନୀ ସୁନିତା ଏବଂ ଛୋଟ ଭାଇର ପତ୍ନୀ ନିତୁ ସମେତ ଶାଶୁ ଏବଂ ଶ୍ବଶୁର ବିରୋଧରେ ପ୍ରତାରଣା ଅଭିଯୋଗ କରିଥିଲେ। ନିତୁ ଏବଂ ସୁନିତା ଦୁଇ ଭଉଣୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.