Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନର୍ସ ସ୍ତ୍ରୀ ଓ ଦେଢ଼ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରିବା ପରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବକ

12/03/2019 at 8:15 PM

ଜାମୁନଗର ୧୨/୩- ହରିୟାଣା ଜାମୁନଗଗରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ଯୁବକ ନିଜର ନର୍ସ ସ୍ତ୍ରୀ ଓ ଦେଢ଼ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରିବା ପରେ କରିଛି ଆତ୍ମହତ୍ୟା ।

ଜାମୁନଗର ଗୋବିନ୍ଦାପୁରା ଅଂଚଳରେ ଅନୀଲ ନାମକ ଜଣେ ଯୁବକ ରହୁଥିଲେ । ସେ ଏକ ଘୋରେଇ ହସପିଟାଲରେ କିଡ଼ନୀ ବିଭାଗରେ କାମ କରୁଥିବେ ବେଳେ ତାଙ୍କ ସ୍ତ୍ରୀ ଆଶା ଷ୍ଟାଫ ନର୍ସଭାବେ କାମ କରୁଥିଲେ ।

 ବିବାହ  ଆଠବର୍ଷ  ତଳେ ହୋଇଥିଲା ଓ ତାଙ୍କର ଦୁଇଟି ପିଲାଥବା କଥା ଜଣାଯାଇଛି ।

ସେମାନେ ବିବାହ ବାର୍ଷିକ ପାଳିବାକୁ ୫ଦିନ ତଳେ ଛୁଟିନେଇଥିଲେ । ସୋମବାର ଦିନ ସେମାନେ ନିଜ ଡ଼୍ୟୁଟିରେ ଯୋଗ ଦେଇଥିଲେ । କିନ୍ତୁ ସେମାନେ ଆଉ ଘରକୁ ଫେରି ନଥିଲେ ।

ମଙ୍ଗଳବାର ସକାଳେ ଅନୀଲର ଶବ ଟ୍ରେନ ଲାଇନ ପାଖରେ ପଡ଼ିଥିବା କେହି ସୂଚନା ଦେଇଥିଲେ । ଏପଟରେ ନିଜ ରୁମକୁ ଲାଗି ଅନ୍ୟଜଣେ ଷ୍ଟାଫ ନର୍ସ ଆଶା ଓ ଦେଢ଼ବର୍ଷର ପୁଅକୁ କେହି ହତ୍ୟା କରିଥିବା  ସୂଚନା ଦେଇଥିଲେ ।

ଅନୀଲ ନିଜର ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ନିଜେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା କହିଛି ପୋଲିସ । ଘଟଣା ବାବଦରେ ଅଧିକ ଜାଣିବାକୁ ପୋଲସ ତଦନ୍ତ ଚଳାଇଛି ।

   Related Posts