Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଡବଲ ମର୍ଡର ପରେ ଆତ୍ମହତ୍ୟା: ସେଠାରେ ପଡିଥିଲା ୬୭ ପୃଷ୍ଠାର ସୁଇସାଇଡ୍ ନୋଟ୍, ଏକ ଭୟଙ୍କର ମର୍ଡର ମିଷ୍ଟ୍ରୀ

23/06/2020 at 10:34 PM

କୋଲକାତା, ୨୩|୦୬:    ବୃତ୍ତିରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ନିଜ ପତ୍ନୀ ଓ ଶାଶୁଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ସେ ନିଜେ ଜୀବନ ହାରିବା ପୂର୍ବରୁ କରିଛନ୍ତି ଡବଲ ମର୍ଡର । ତାଙ୍କ ନିଜ ମୃତଦେହ ନିକଟରୁ ଜବତ ହୋଇଛି ୬୭ ପୃଷ୍ଠାର ସୁଇସାଇଡ୍ ନୋଟ୍ । ଏହି ସୁଇସାଇଡ୍ ନୋଟ ହିଁ ମର୍ଡର ମିଷ୍ଟ୍ରୀ ଉପରୁ ପରଦା ହଟାଇବ ।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ହେଲେ ୪୨ ବର୍ଷୀୟ ଅମିତ ଅଗ୍ରଓ୍ୱାଲ । ସେ ନିଜ ପତ୍ନୀ ଓ କୋଲକାତାରେ ଶାଶୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ଏହାପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ସେ ଶାଶୁ ଓ ପଚ୍ନୀଙ୍କ ସମେତ ଶାଶୁ ଘରର ସମସ୍ତଙ୍କୁ ହତ୍ୟା କରିଥାନ୍ତେ ବୋଲି ଲେଖିଛନ୍ତି । ସେ ବନ୍ଧୁକ କେଉଁଠୁ ଆଣିଲେ ସେନେଇ ଖୋଲତାଡ ଆରମ୍ଭ କରିଛି ପୋଲିସ ।   

ଅମିତ ନିଜ ପତ୍ନୀଙ୍କୁ ବାଙ୍ଗାଲୋର ଫ୍ଲାଟରେ ହତ୍ୟା କରିବା ପରେ ନିଜର ୧୦ ବର୍ଷର ପୁତ୍ର ସହ ଶାଶୁ ଘର କୋଲକାତା ଯାଇଥିଲେ । ସେ ନିଜ ପୁଅକୁ ମିଛ କହିବା ସହ ମାଆ କୋଲକାତା ପଳାଇଥିବା କହିଥିଲେ । ତେବେ ଗତ ୨ ବର୍ଷ ଧରି ପତି ଓ ପତ୍ନୀଙ୍କ ମଧ୍ୟରେ ଛାଡପତ୍ର ମାମଲା ଚାଲିଥିଲା । କୋଲକାତା ଏୟାରପୋର୍ଟରେ ପହଁଚିବା ପରେ ଅମିତ ନିଜ ପୁତ୍ରକୁ କୌଣସି ଅଜଣା ଲୋକକୁ ଧରାଇ ସେଠାରୁ ଚାଲିଯାଇଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅମିତ କେଉଁଠୁ ବନ୍ଧୁକ କିଣିଲେ ସେନେଇ ତଦନ୍ତ କରାଯାଉଛି । କାରଣ ସେ ବିମାନବନ୍ଦରରୁ ଶାଶୁ ଘରକୁ ଆସିଥିବା ବେଳେ ବାଟରେ କେଉଁଠି ଅଟକି ନଥିଲେ । ଏହାସହ ଏୟାରପୋର୍ଟ ଅଥିରିଟିଙ୍କ ସହ ସମ୍ପର୍କ କରାଯାଇ ସିସିଟିଭି ଫୁଟେଜ ଯାଞ୍ଚ ହେଉଛି ।

   Related Posts