Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମାମୁଁକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଭଣଜା, ଗିରଫ କଲା ପୋଲିସ

4/07/2020 at 4:18 PM

ଡାବୁଗାଁ, ୦୪|୦୭:  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ନିଜ ଭଣଜା ତା ମାମୁଁକୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିବା ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଡାବୁଗାଁ ପୁଲିସ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଭଣଜାକୁ ଥାନାରେ ଅଟକ ରଖିଛି |

ସୂଚନାନୁସାରେ, ଡାବୁଗାଁ ବ୍ଲକ ସଦର ମହକୁମା ରେଭିନ୍ୟୁଗୁଡାରେ ରହୁଥିବା ଗୌର ଚନ୍ଦ୍ର ଗୈ।ଡ (୫୦) ଓ ପତ୍ନି ବୁଡୁଙ୍କ ମଧ୍ୟରେ କୈ।ଣସି କାରଣକୁ କେନ୍ଦ୍ର କରି ଘରେ ଅଶାନ୍ତି ଲାଗି ରହିଥିଲା । ଗୌରଚନ୍ଦ୍ର ଡାବୁଗାଁ ନିକଟ ଚେରଚେଟିଆଗୁଡା ଠାରେ ନିର୍ମାଣ ଚାଲିଥିଵା ପୋଲ କାର୍ଯ୍ୟରେ କ୍ୟାମ୍ପରେ ରୋଷେଇ  କରି ରାନ୍ଧୁଣିଆ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ଗୌରଚନ୍ଦ୍ରଙ୍କ  ପତ୍ନୀ ବୁଡୁ ଓ ଭଣଜା ଲକି (୩୫) କାମ କରୁଥିବା ଯାଗାକୁ ଯାଇଥିଲେ । ସେଠାରେ ମାମୁଁ ଭଣଜା ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଲକି  ନିଜ ମାମୁଁ ଙ୍କୁ ମାରପିଟ କରିଥିଲା ।

ମାମୁଁ ଗୁରୁତର ହେବାରୁ ଦୁହେଁ ଡାବୁଗାଁ ନେଇଆସିଥିଲେ । ତେବେ ଶୁକ୍ରବାର ଅପରାହ୍ନରେ ରେଭିନ୍ୟୁଗୁଡାସ୍ଥିତ ନିଜ ଘରେ ପୁଣିଥରେ ଲକି ଓ ଗୌରଚନ୍ଦ୍ରଙ୍କ ମଧ୍ୟରେ କୈ।ଣସି କଥାକୁ ନେଇ ବଚସା ହୋଇଥିଲା, ଯାହାକି  ଉଗ୍ର ରୂପ ଧାରଣ କରିଥିଲା । ଫଳରେ ଲକି ରାଗିଯାଇ ଏକ ଠେଙ୍ଗାରେ ଗୌରଚନ୍ଦ୍ରଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ । ଏଥିରେ ଗୌର ଗୁରୁତର ହୋଇପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲାର ମୁଖ୍ୟଚିକିତ୍ସାଳୟକୁ ନେଇଯିବା ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ତାଙ୍କୁ ନବରଙ୍ଗପୁର ନ ନେଇ ନିଜ ଘର ରେଭିନ୍ୟୁଗୁଡାକୁ ଆଣି ଆସିଥିଲେ । ଅପରାହ୍ନ ପ୍ରାୟ ୫ଘଣ୍ଟା ସମୟରେ ନିଜ ଘରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା।

   Related Posts