Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ତିନି ଝିଅଙ୍କୁ ପାଣିରେ ବୁଡାଇ ମାରିଲା ବାପା, କାଳେ ବଞ୍ଚିଯିବେ ଭାବି ମୃତଦେହ ଉପରେ ବସି ଡୁବାଇ ରଖିଲା

6/03/2020 at 10:14 PM

ହାଇଦ୍ରାବାଦ  ୦୬|୦୩: ଜଣେ ବ୍ୟକ୍ତି ନୃଶଂସତାର ସମସ୍ତ ସୀମା ସରହଦ ପାରି କରିଦେଇଛନ୍ତି। ସେ ନିଜର ତିନି ଝିଅଙ୍କୁ ପାଣିରେ ବୁଡାଇ ହତ୍ୟା କରିବା ସହ ସେମାନେ ଜୀବିତ ଥିବା ଆଶଙ୍କାରେ ସେମାନଙ୍କ ଶରୀର ଉପରେ ମଧ୍ୟ ପାଣିରେ ବସି ରହିଥିଲା। ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ବାଂସଓ୍ୱାଡାରେ ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ଚକିତ କରିଛି।

ପୋଲିସର କହିବାନୁସାରେ, ମହମ୍ମଦ ଫୟାଜ ନାମକ ଜଣେ ବ୍ୟକ୍ତି ଜୁଆ ଖେଳିବାକୁ ପସନ୍ଦ କରିଥାଏ। ସେ ଶ୍ରମିକ ଭାବେ ମଧ୍ୟ କାମ କରେ। ତାଙ୍କ ପତ୍ନୀ ସିଲେଇ କରି ପରିବାର ଚଳାଇଥାନ୍ତି କାରଣ ଫୟାଜ ଘରକୁ ଟଙ୍କା ଦିଏନାହିଁ। ସେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଜ ପତ୍ନୀଙ୍କୁ ଟଙ୍କା ମାଗି ମାଡ ମାରିଥିଲା। ଏପରିକି ତାହାର ୪ ଝିଅ ଓ ପୁଅକୁ ନିସ୍ତୁକ ମାଡ ମାରିଥିଲା। ଏହାପରେ ମା ଓ ଶିଶୁମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ତେବେ ଫୟାଜ ଶୁକ୍ରବାର ସକାଳେ ସେମାନଙ୍କୁ ଫେରାଇ ଆଣିବା ପାଇଁ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା। ତେବେ ଜୁଆ ନଖେଳିଲେ ଘରକୁ ଫେରିବେ ବୋଲି ସ୍ତ୍ରୀ କହିଥିଲେ। ଏଥିରେ ଫୟାଜ ରାଜି ହୋଇଥିଲା। ଏହାପରେ ସେମାନେ ଘରକୁ ଫେରିଥିଲେ।

କିନ୍ତୁ କିଛି ସମୟ ପରେ ସ୍ତ୍ରୀ ଜଣଙ୍କ ତାଙ୍କ ତିନି ଝିଅଙ୍କୁ ପାଇନଥିଲେ। ବହୁ ଖୋଜାକୋଜି ପରେ ଝିଅଙ୍କ ମୃତଦେହ ଏକ ପାଣି ଟାଙ୍କି ଭିତରୁ ଉଦ୍ଧାର ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ପୋଲିସ ଫୟାଜଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

   Related Posts