ମାସ୍କ ପିନ୍ଧିବାକୁ ମନା କଲା ଦିବ୍ୟାଙ୍ଗ ପୁଅ, ଗଳା କାଟି ହତ୍ୟା କରିଦେଲା ବାପା

Published By : Prameya-News7 Bureau | April 19, 2020 IST

କୋଲକାତା, ୧୯|୦୪:  କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି ।ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉତ୍ତର କୋଲକାତାରେ ଜଣେ ବ୍ୟକ୍ତି କ୍ରୋଧର ବଶବର୍ତ୍ତୀ ହୋଇ ନିଜ ଦିବ୍ୟାଙ୍ଗ ପୁତ୍ରକୁ ହତ୍ୟା କରିଛନ୍ତି । ପୁତ୍ର ମାସ୍କ ପିନ୍ଧିପା ପାଇଁ ମନା କରିବାକୁ ଏପରି କରିଛି ଜନ୍ମକଲା ପିତା । ଏହାପରେ ବ୍ୟକ୍ତିଜଣଙ୍କ ନିଜେ ପୋଲିସରେ ଏନେଇ ସୂଚନା ଦେବା ସହ ଆତ୍ମ ସମର୍ପଣ କରିଥିଲେ । ସେ ପୋଲିସ ଅଧିକାରୀଙ୍କ ଆଗରେ ସମସ୍ତ ଘଟଣା ବୟାନ କରିଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଶନିବାର ସନ୍ଧ୍ୟା ୭ଟାରେ ଅଭିଯୁକ୍ତ ବଂଶିଧର ମଲ୍ଲିକ ଶ୍ୟାମପୁକୁର ପୋଲିସ ଷ୍ଟେସନକୁ ଆସି ଆପରାହ୍ମ ୫ଟାରେ ନିଜଜ ପୁତ୍ରଙ୍କୁ ହତ୍ୟା କରିଥିବା କହିଥିଲେ । ସେ ନିଜର ୪୫ ବର୍ଷୀୟ ଦିବ୍ୟାଙ୍ଗ ପୁତ୍ରର ଗଳାକାଟି ହତ୍ୟା କରିଥିଲେ । ସେ ଆତ୍ମ ସମର୍ପଣ କରିବା ପରେ ପୋଲିସ ବାହିନୀ ତାଙ୍କ ଘରକୁ ଯାଇ ଖୋଳତାଡ ଆରମ୍ଭ କରିଥିଲେ ।ଏହାପରେ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି ।

ତଦନ୍ତ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତର ପୁତ୍ରଙ୍କ ସହ ସମ୍ପର୍କ ଠିକ ନଥିଲା । ଉଭୟ ସର୍ବଦା ଝଗଡା କରୁଥିଲେ । ଅଭିଯୁକ୍ତଜଣଙ୍କ ଏକକ ଘରୋଇ କମ୍ପାନୀରେ କାମ କରି ଅବସର ନେଇଥିଲେ । ପୁଅ ବେରୋଜଗାର ଥିଲେ । ସେ ପିଲାଦିନୁ ଦିବ୍ୟାଙ୍ଗ ଥିଲେ । ଗତ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡା ବୃଦ୍ଧି ପାଇଥିଲା । ଶନିବାର ଅଭିଯୁକ୍ତଜଣଙ୍କ ପୁତ୍ରଙ୍କୁ ବାହାରକୁ ଗଲେ ମାସ୍କ ବ୍ୟବହାର ପାଇଁ କହିଥିଲେ ।  କିନ୍ତୁ ପୁତ୍ର ଏହା ମନା କରିବା ପରେ ଏପରି ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.