Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ସଇତାନ ସ୍ୱାମୀ : ଗର୍ଭବତୀ ସ୍ତ୍ରୀକୁ ଅତି ନୃଶଂସ ଭାବେ କଲା ହତ୍ୟା, ୧୦ ଦିନ ପରେ ମିଳିଲା ମୃତଦେହ

13/09/2020 at 5:33 PM

ଲକ୍ଷ୍ନୌ, ୧୩।୦୯:  ଗର୍ଭବତୀ ପତ୍ନୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲା ପତି । ପେଟରେ ଥିବା ଶିଶୁ କଥା ମଧ୍ୟ ଚିନ୍ତା କଲାନି ସ୍ୱାମୀ । ଏକାବେଳେ ଗଲା ଦୁଇଟି ଜୀବନ । ଏପରି ଜଣେ ସଇତାନ ସ୍ୱାମୀକୁ ଗିରଫ କରିଛି ପୋଲିସ ।

ଉତ୍ତର ପ୍ରଦେଶର ରତନପୁରୀ ଅଞ୍ଚଳରେ ଥିବା ଏକ ହ୍ରଦରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ତଦନ୍ତରୁ ଜଣା ପଡିଥିଲା ଯେ, ମୃତ ମହିଳା ହେଲେ ୨୪ ବର୍ଷୀୟ ନେହା । ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରି ରାସ୍ତା କଡରେ ଥିବା ଏକ ହ୍ରଦରେ ଫିଙ୍ଗି ଦେଇଥିଲେ । ଏପରିକି ମହିଳାଜଣଙ୍କ ଗର୍ଭବତୀ ମଧ୍ୟ ଥିଲେ ।

ସୂଚନାନୁସାରେ, ନେହା ନିଖୋଜ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ବହୁ ଖୋଜାଖୋଜି କରିଥିଲା । କିନ୍ତୁ ବିଫଳ ହୋଇଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡକୁ ଡକାଯାଇଥିଲା । ପରେ ନେହାଙ୍କ ମୃତଦେହ ଏକ ହ୍ରଦରୁ ୧୦ ଦିନ ପରେ ଠାବ କରାଯାଇଥିଲା । ନେହାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ ।

ପୋଲିସ ଏହି ହତ୍ୟାକାଣ୍ଡରେ ମହିଳାଙ୍କ ସ୍ୱାମୀ କମଲଙ୍କୁ ଗିରଫ କରିଛି । ଏହାସହ ମହିଳାଙ୍କ ଶ୍ୱଶୁର, ଶାଶୂ, ନଣନ୍ଦ, ନଣନ୍ଦେଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଯୌତୁକ ପାଇଁ ମହିଳାଙ୍କ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ପୋଷ୍ଟମଟର୍ମ ରିପୋର୍ଟରେ ନେହାଙ୍କୁ ମାଡ ମାରିବା ସହ ତଣ୍ଟି ଚିପି ହତ୍ୟା କରାଯାଇଥୁବା ଜଣାପଡିଛି ।

   Related Posts