ପ୍ରେମ କରିଦେଲା ଅନ୍ଧ : ପ୍ରେମିକା ପାଇଁ ବାପା, ମା, ସ୍ତ୍ରୀ ଓ ଭଉଣୀକୁ ହତ୍ୟା

Published By : Prameya-News7 Bureau | May 15, 2020 IST

ପ୍ରୟାଗରାଜ ୧୫/୦୫ : ପ୍ରେମ ପାଇଁ ଗଲା ପୁରା ପରିବାରର ଜୀବନ | ପରିବାରର ଏକମାତ୍ର ପୁଅ ନିଜ ପ୍ରେମ ପାଇଁ ମା, ବାପା, ଭଉଣୀ ଓ ସ୍ତ୍ରୀକୁ ହତ୍ୟା କରିଛି | ହତ୍ୟାକାରୀ ପୁଅକୁ ପୋଲିସ ଗିରଫ କରିଛି | ସେ ବୟାନରେ କହିଛି ଯେ ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ | ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲା | କିନ୍ତୁ ପରିବାରଲୋକେ ତାକୁ ବିରୋଧ କରିଥିଲେ | ପ୍ରେମିକା ସହ ସାକ୍ଷାତ କରିବାକୁ ଭଉଣୀ ଓ ପତ୍ନୀ ବାରଣ କରୁଥିଲେ | ଏପଟେ ବାପା ମା ମଧ୍ୟ ଗାଳି କରୁଥିଲେ | ପ୍ରତିଦିନର ପାଟିତୁଣ୍ଡରୁ ବିରକ୍ତ ହୋଇ ସମସ୍ତଙ୍କୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚିଲା |

ହତ୍ୟାକାରୀ ଆତିଶ କେଶରବାନି ପୋଲିସକୁ କହିଛି ଯେ ସେ ପ୍ରେମ ବିବାହ କରିଥିଲା | କିନ୍ତୁ ବିବାହ ପରେ ତାଙ୍କର ପିଲାଛୁଆ ହୋଇନଥିଲା | ସେଥିପାଇଁ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ | ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଦୂରତା ବଢିଚାଲିଲା | ଇତି ମଧ୍ୟରେ ତାଙ୍କ ଜୀବନକୁ ଆଉ ଜଣେ ଯୁବତୀ ଆସିଥିଲା | ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ମଧୁର ହେବାକୁ ଲାଗିଲା | ଉଭୟ ପରସ୍ପର ସହ ଫୋନରେ କଥାବାର୍ତ୍ତା କରୁଥିଲେ | କିଛି ଦିନ ଏମିତି ଚାଲିବା ପରେ ଘରଲୋକ ସମସ୍ତ ଘଟଣା ଜାଣି ପାରିଥିଲେ | ଥରେ ତାଙ୍କୁ ଆପତ୍ତିଜନକ ସ୍ଥିତିରେ ମଧ୍ୟ ଘରଲୋକ ଦେଖିଥିଲେ | ଏହାପରେ ପରିବାରରେ ହଇଚଇ ସୃଷ୍ଟି ହୋଇଥିଲା | ପ୍ରତିଦିନ ଘରେ ପାଟିତୁଣ୍ଡ ଝଗଡା ହେବାକୁ ଲାଗିଲା | ଆତିଶ ଯୁଆଡେ ଗଲେ ତାଙ୍କୁ ଘରଲୋକ ପଚାରିଥିଲେ କୁଆଡେ ଯାଉଛୁ | ଫୋନ ଆସିଲେ ପଚାରିଥିଲେ କାହା ସଂଗେ କଥା ହେଉଛି | ୨୪ ଘଣ୍ଟା ପରିବାରଲୋକ ପୁଅ ଉପରେ ନଜର ରଖିବା ଆରମ୍ଭ କରିଥିଲେ | 

ଆତିଶର ଭଉଣୀ ପାଖେ ଭାଇ ଓ ତାଙ୍କ ପ୍ରେମିକାର ଫଟୋ ମଧ୍ୟ ଥିଲା | ଧମକ ଦେବାରୁ ସେ ତାଙ୍କ ଫଟୋକୁ ଫେସବୁକରେ ଭାଇରାଲ କରିଦେଲେ | ଫଟୋ ଭାଇରାଲ ହେବାପରେ ଆତିଶ ଚିନ୍ତିତ ହୋଇପଡିଲେ | ତାଙ୍କ ପ୍ରେମିକା ମଧ୍ୟ ରାଗି ଯାଇଥିଲେ | ଏହିସବୁ ଅଶାନ୍ତିରୁ ମୁକ୍ତି ପାଇବ ପାଇଁ ସେ ସମସ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଲା | ଷଡଯନ୍ତ୍ର କରି ସେ ପୁରା ପରିବାରକୁ ସଫା କରିଦେଲା | ପ୍ରେମରେ ଅନ୍ଧ ହୋଇ ସେ ନିଜ ଜନ୍ମ କଲା ବାପା-ମା, ଭଉଣୀ ଓ ପତ୍ନୀକୁ ହତ୍ୟା କରିଦେଲା | ତେବେ ପୋଲିସକୁ ଆତିଶ ବାରମ୍ବାର ଗୋଟିଏ କଥା କହିଥିଲା ଯେ ହତ୍ୟା ପଛରେ ତା ପ୍ରେମିକାର ହାତ ନାହିଁ | ସେ ସମ୍ପୂର୍ଣ ନିର୍ଦୋଷ | ଯାହା ଦଣ୍ଡା ଦେବା କଥା କେବଳ ତାକୁ ଦିଅନ୍ତୁ ତାଙ୍କ ପ୍ରେମିକାକୁ ନୁହେଁ | ପୋଲିସ ଆତିଶ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.