Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୌତୁକ ପାଇଁ ଗଲା ଶିଶୁର ଜୀବନ, ୮ମାସର ଶିଶୁକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମହିଳା

17/05/2019 at 3:46 PM

ପାରାଦୀପ ୧୭|୫: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗଣ୍ଡକିପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପା ନିଜର ଶିଶୁ କନ୍ୟାକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ ।

ସୂଚନା ଅନୁସାରେ ଗଣ୍ଡକିପୁର ଗ୍ରାମର ଶ୍ୟାମ ସୁନ୍ଦର ସାମଲଙ୍କ ଝିଅ ସଙ୍ଗୀତା ସାମଲ ଗତ ୨୦୧୮ ମସିହା ଜୁଲାଇ ମାସରେ ପାରାଦୀପ ଗଡ ଗ୍ରାମର ଅଭିନ ଦଳାଇଙ୍କ ପୁତ୍ର ତ୍ରୀନାଥ ଦଳାଇଙ୍କୁ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ମଝିରେ ମଝିରେ ଅଧିକ ଯୌତୁକ ଆଣିବା ପାଇଁ ସଙ୍ଗୀତାଙ୍କୁ ଅନେକ ନିର୍ଯାତନା ଦିଆଯାଏ ବୋଲି ଅଭିଯୋଗ ହୋଇଛି।

ବିବାହର ତିନି ମାସ ପରେ ସଙ୍ଗୀତା ନିଜ ଘରକୁ ଆସିଥିବା ବେଳେ ଦୀର୍ଘଦିନ ଶାଶୁ ଘରେ ରହିବା ପରେ ମଧ୍ୟ ଶ୍ବଶୁର ଘର ପକ୍ଷରୁ ତାଙ୍କୁ ଆଣିବା ପାଇଁ ଉଦ୍ୟମ କଲେନାହିଁ । ଯାହାଫଳରେ ଦୁଇ ପରିବାର ଲୋକେ ଦୁଇ ଗ୍ରାମର ପଞ୍ଚାୟତ ବସାଇ ଏକ ଆଲୋଚନା କରାଯାଇ ଶ୍ବଶୁର ଘରଲୋକ ସଙ୍ଗୀତାକୁ ଘରକୁ ନେବା ପାଇଁ ନିଷ୍ପତ୍ତି ନିଆଗଲା। ହେଲେ ଶ୍ବଶୁର ଘର ପକ୍ଷରୁ ସଙ୍ଗୀତା କୁ ନିର୍ଯାତନା ଦେବା ବନ୍ଦ ହୋଇ ପାରିଲା ନାହିଁ।

ସଙ୍ଗୀତା ଆଠ ମାସର ଗର୍ଭବତୀ ଥାଇ ମଧ୍ୟ ତାଙ୍କୁ ଓ ତାଙ୍କ ଗର୍ଭରେ ବଢୁଥିବା ନିଷ୍ପାପ ଶିଶୁକୁ ମାରିବା ପାଇଁ ମଧ୍ୟ ଶ୍ବଶୁର ଘରଲୋକ ପଛାଇଲେ ନାହିଁ । ତେବେ ତିନି ଦିନ ତଳେ ସଙ୍ଗୀତାର ମୁଣ୍ଡ ବୁଲାଉ ଥିବାବେଳେ ତାଙ୍କ ସ୍ବାମୀ ତ୍ରୀନାଥ ଦଳାଇ ଡ଼ାକ୍ତରଖାନା ନ ନେଇ କୌଣସି ଏକ ମେଡ଼ିସିନ ଦୋକାନରୁ ଏକ ମେଡ଼ିସିନ ଆଣି ଯୋର ଜବରଦସ୍ତ ସଙ୍ଗୀତାକୁ ଖୁଆଇଥିଲେ  । ଯାହା ଫଳରେ ସଙ୍ଗୀତାର ସ୍ବାସ୍ଥ୍ୟ ଆହୁରି ଖରାପ ହେବାରେ ଲାଗିଲା । ତେବେ ତାଙ୍କୁ ମେଡ଼ିକାଲ ନେବା ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ହେଲେ ସେ ନିଷ୍ପାପ ଶିଶୁଟି ବେଶି ସମୟ ବଞ୍ଚି ପାରି ନଥିଲା ନିଷ୍ପାପ ଶିଶୁଟି ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜି ଦେଇଥିଲା। ତେବେ ଡ଼ାକ୍ତରଙ୍କ ପରାମର୍ଶ ଭାବେ ସ୍ବାମୀ ତ୍ରୀନାଥ ସଙ୍ଗୀତାକୁ ଦେଇ ଥିବା ମେଡ଼ିସିନଟି ଗର୍ଭନିରୋଧକ ବୋଲି ଜଣା ପଡିଥିଲା ।

ତେବେ ଆଠ ମାସର ଗର୍ଭବତୀକୁ କାହିଁକି ଏ ମେଡ଼ିସିନ ଦିଆଯାଇଥିଲା ସେ ନେଇ ଉଠିଛି ବଡ଼ ପ୍ରଶ୍ନ। ତେବେ ଏ ସଂକ୍ରାନ୍ତରେ ସଙ୍ଗୀତାଙ୍କ ପରିବାର ପକ୍ଷରୁ ତ୍ରୀନାଥ ଓ ତାଙ୍କ ପରିବାର ବିପକ୍ଷରେ ପାରାଦୀପ ଗଡ଼ ଲକ୍ ଥାନାରେ ଏତଲା ଦିଆଯାଇଛି । ଏତଲା ଦିଆଯିବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ତଦନ୍ତ ଆରମ୍ଭ ହୋଇନଥିବା ସଙ୍ଗୀତ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି।

   Related Posts