ପ୍ରେମିକା ଚକ୍କରରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଝିଅ କହିଲା ବାପା- ମାମାକୁ ମାରିଦେଇଛି

Published By : Prameya-News7 Bureau | September 20, 2021 IST

ଅରରିଆ, ୨୦/୦୯: ପ୍ରେମିକା ଚକ୍କରରେ ନିଜ ପତ୍ନୀକୁ ପିଟିପିଟି ହତ୍ୟା କରିବା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବାପାର ଏହି କ୍ରୁର କାଣ୍ଡ ଝିଅ ଦେଖିବା ପରେ ପୋଲିସ୍‌ ଆଗରେ ସମସ୍ତ କଥା ବସ୍ତୃତ ଭାବେ ଜଣାଇଛି । ଏହି ଘଟଣାଟି ବିହାରର ଅରରିଆ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଅରରିଆର ସିମରାହା ଥାନା ଅନ୍ତର୍ଗତ ସବାସପୁର ପଞ୍ଚାୟତରେ ରବିବାର ଶାମ ଶ୍ରବଣ ସିଂହ ନାମକ ବ୍ୟକ୍ତି ତଙ୍କ ପତ୍ନୀକୁ ନିଶା ଅବସ୍ଥାରେ ପିଟିପିଟି ହତ୍ୟା କରି ଶବକୁ ବିଲରେ ଫୋପାଡ଼ି ଦେଇଥିବା ପୋଲିସ୍‌ ଜାଣିବାକୁ ପାଇଛି ।

ଗ୍ରାମ ମୁଖିଆ ଏନେଇ ସ୍ଥାନୀୟ ପୋଲିସ୍‌କୁ ସୂଚନା ଦେବା ପରେ ପୋଲସ୍‌ ସେଠାରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିଛି । ହତ୍ୟା ସମ୍ୱନ୍ଧୀୟ କିଛି ସୁରାକ୍‌ ମିଳିବା ପରେ ହତ୍ୟାକାରୀ ସ୍ୱାମୀର ପ୍ରେମିକାକୁ ନିଜ ହେପାଜତକୁ ନେଇଛି ପୋଲିସ୍‌ । ମୃତ ମହିଳାଙ୍କ ୧୨ ବର୍ଷର ଝିଅ ପୋଲିସ୍‌କୁ ବୟାନ୍‌ ଦେଇ କହିଛି ଯେ, ମୋ ମାଆକୁ ବାପା ଶ୍ରବଣ ଏବଂ ତାଙ୍କ ପ୍ରେମିକା ଯମୁନା ମଶି ହତ୍ୟା କରିଛନ୍ତି ।

ଏହି ହତ୍ୟା ପରେ ଯେତେବେଳେ ଶ୍ରବଣ ମୃତଦେହକୁ ବିଲକୁ ନେଇ ଫୋପାଡ଼ିଲା ସେତେବେଳେ ଝିଅଟି ଜୋର୍‌ରେ ପାଟିକରି ଲୋକଙ୍କୁ ଡାକିଥିଲା । ଝିଅଟିର ଚିତ୍କାର ଶୁଣି ଲୋକମାନେ ଦଉଡ଼ି ଆସିଥିଲେ । ଶ୍ରବଣ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତାକୁ ଧରିବାକୁ ସକ୍ଷମ ହୋଇଥିଲେ । ଯୁମୁନା ସହିତ ପ୍ରେମ ସଂପର୍କକୁ ନେଇ ସେ ବାରମ୍ୱାର ସ୍ତ୍ରୀକୁ ମାରଧର କରୁଥିବା ଗ୍ରାମବାସୀ କହିଛନ୍ତି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.