ପାରିବାରିକ କଳହର କରୁଣ ପରିଣତି, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
11/07/2019 at 8:00 AM

ନୂଆପଡା ୧୧|୭: ନୂଆପଡାରେ ଅଭାବନୀୟ ଘଟଣା ଘଟିଛି । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ଖଡିଆଳ ଥାନା କେନ୍ଦୁପାଟି ଗାଁ ଝରାବାହାଲପଡାର ଏଭଳି ଘଟଣା ଘଟିଛି । ମୃତକ ହେଲେ ନକୁଳ ବନଛୋର । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତଦେହ ଜବତ କରି ଖଡିଆଳ ପୋଲିସ ତଦନ୍ତ ଆରମ୍ଭ କରିଛି ।