ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ବଶୁର ମୃତ

Published By : Prameya-News7 Bureau | December 16, 2018 IST

ବୌଦ୍ଧ ୧୬/୧୨ : ବିଲ ମଝିରେ ଶ୍ବଶୁରକୁ ହାଣି ଦେଲା ଜ୍ବାଇଁ | ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ସରସରା ଟିକିରା ସାହି ଗାଁରେ | ଶ୍ୱଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଜ୍ୱାଇଁ | ମୃତକ ହେଲେ ଘୁଣ୍ଡୁ ବାରିକ | ଅଭିଯୁକ୍ତ ଜ୍ବାଇଁ ପଙ୍କଜ ସେଠୀକୁ ଗାଁଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି | ବିଲରୁ ଧାନ ଉଠାଇବାକୁ କେନ୍ଦ୍ର ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା | ବଚସାରେ ଉତକ୍ଷିପ୍ତ ହୋଇ ପଙ୍କଜ ଶ୍ୱଶୁର ଘୁଣ୍ଡୁ ବାରିକଙ୍କୁ ହତ୍ୟା କରିଥିଲା | ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପଙ୍କଜକୁ ଗିରଫ କରିଛି |

ସୂଚନାଯୋଗ୍ୟ ଯେ, ପଙ୍କଜ ଶ୍ବଶୁର ଘରେ ଘରଜ୍ୱାଇଁ ଭାବେ ରହୁଥିଲା | ଆଜି ସକାଳୁ ଉଭୟ ଶ୍ୱଶୁର ଜ୍ୱାଇଁ ବିଲକୁ ଧାନ ଉଠାଇବାକୁ ଯାଇଥିଲେ | ବିଲରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ପାଟିତୁଣ୍ଡ ଏତେ ଭୀଷଣ ରୂପ ନେଇଥିଲା ଯେ, ଜ୍ୱାଇଁ ଶ୍ୱଶୁରକୁ ହତ୍ୟା କରିବାକୁ ପଛାଇନଥିଲା | ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.