କ୍ରୋଧ ଆଗରେ ହାର୍ ମାନିଲା ସମ୍ପର୍କ, ଶାଶୂ ଓ ଶଳା ଆକ୍ରମଣରେ ଜ୍ୱାଇଁ ମୃତ

Published By : Prameya-News7 Bureau | July 31, 2020 IST

ବୌଦ୍ଧ, ୩୧|୦୭:  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।  ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି ।

ମୃତକ ଜଣକ ଲବ ବଗର୍ତ୍ତୀ ବୋଲି ଜଣା ପଡିଛି  । ସେ ଗୁରୁବାର ରାତିରେ ଘରେ କୌଣସି କାରଣରୁ ଝଗଡା କରିଥିଲେ । ଏଥିରେ ରାଗି ଯାଇ ଲବଙ୍କ ଶାଶୁ ଓ ଶଳା ତାଙ୍କୁ  ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପୁରୁଣାକଟକ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.