ଶ୍ବଶୁରଘରେ ସମ୍ପର୍କୀୟ ଶଳାକୁ କଟୁରୀରେ ହାଣି ହତ୍ୟା କଲା ଭିଣୋଇ
24/03/2019 at 5:49 PM

ଢେଙ୍କାନାଳ ୨୪|୩ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ଶ୍ବଶୁର ଘରେ ସମ୍ପର୍କୀୟ ଶଳାକୁ କଟୁରୀରେ ହାଣି ବୀଭତ୍ସ ହତ୍ୟା କରିଛି ଭିଣୋଇ । ମୃତକ ହେଲେ ନଗେଶ ରାଉତ। ଅଭିଯୁକ୍ତ ସ୍ବାମୀ ରୁଦ୍ର ନାରାୟଣ ନାୟକଙ୍କ ଆକ୍ରମଣରେ ସ୍ତ୍ରୀ ଅନୁସୟା ଓ ଶାଶୂ ଖୁଲଣା ରାଉତ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ରୁଦ୍ର ଏଭଳି ଉନ୍ମତ୍ତକାଣ୍ଡ ଘଟାଇଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି ପୋଲିସ ।