ବିୟୁଟି ପାର୍ଲରରେ ସଜହୋଇ ବସିଥିଲା କନ୍ୟା, ହତିଆର ଦେଖାଇ ଉଠାଇନେଲା ଅନ୍ୟଜଣେ ଯୁବକ

Published By : Prameya-News7 Bureau | January 25, 2019 IST

ମୁକ୍ତଶ୍ଵର  ୨୫/୧-ବିବାହ ବେଦୀରୁ ଉଠାଇବା ପୂର୍ବରୁ ଉଠାଇନେଲା ବିୟୁଟି ପାର୍ଲରରୁ । ଏକତରଫା ଭାବେ ଭଲପାଉଥିବା ଜଣେ ପାଗଳ ପ୍ରେମିକର ଏଭଳି କାରନାମା ସିସିଟିଭିରେ କଏଦ ହେବାପରେ ପୋଲିସ ଯୁବକଙ୍କ ନାଁରେ ମାମଲା ରୁଜୁକରିଛି । ଏହି ଘଟଣାରେ ଜଡ଼ିତ ଯୁବକଙ୍କୁ ଗିରଫ କରିବାକୁ ବିଭିନ୍ନ ଆଡ଼େ ଛାନଭିନ୍ ଆରମ୍ଭ କରିଛି ।

ଘଟଣା ଘଟିଛି ପଂଜାବର ମୁକ୍ତଶ୍ଵର ଅଂଚଳରେ । ବିବାହ ସ୍ଥିର ହୋଇସାରିଥିବା ଯୁବତୀଙ୍କୁ ଜଣେ ଯୁବକ ଅପହରଣ କରିନେବା ନେଇ ଥାନାରେ ଏତାଲା ରୁଜୁ ହେବାପରେ ସାମନାକୁ ଆସିଛି ଏହି ଘଟଣା ।

ଯୁବତୀ ବିବାହ ପ୍ରସ୍ତୁତିରେ ଥିବାବେଳେ ଘଟିଛି ଏହି ଘଟଣା । ବିୟୁଟିପାର୍ଲରକୁ ସଜହେବା ପାଇଁ ସଂଧ୍ୟାରେ ନିଜ ଦାଦା-ଖୁଡ଼ି, ଭାଇଙ୍କ ସହ ଯାଇଥିଲା ଯୁବତୀ । ସେମାନେ ବିୟୁଟି ପାର୍ଲରରେ ଛାଡ଼ି ମାର୍କେଟକୁ ଚାଲିଯାଇଥିଲେ । ବିବାହପାଇଁ ସଜହୋଇ ବସିଥିବା ବେଳେ ଯୁବତୀଙ୍କୁ ଅସ୍ତ୍ର ଦେଖାଇ ଅପହରଣ କରିଥିଲା ଯୁବକ ।

ମାରଣାସ୍ତ୍ର ଦେଖାଇ ଯୁବତୀଙ୍କୁ ଅପହରଣ କରିଥିବା ଯୁବକ ପୂର୍ବରୁ ଏକତରଫା ଭାବେ ଭଲ ପାଉଥିଲା । କିନ୍ତୁ ଯୁବତୀଙ୍କ ଘରଲୋକ ଅନ୍ୟଆଡ଼େ ବାହାଘର ଠିକ କରିବା ପରେ ଯୁବତୀଙ୍କୁ ଉଠାଇନେବାକୁ ଯୋଜନା କରିଥିଲା । ଅପହରଣ କରିବାକୁ  କୌଣସି ମୌକା ପାଉ ନଥିବାରୁ ଯୁବତୀଙ୍କ ଗତିବିଧି ଉପରେ ନଜର ରଖିଥିଲା । ବିୟୁଟିପାର୍ଲର ଆସିଲାପରେ ଧମକ ଦେଖାଇ ଯୁବତୀଙ୍କୁ ଅପହରଣ କରିଥିଲା ।

ବିୟୁଟି ପାର୍ଲରରେ ଲାଗିଥିବା ସିସିଟିଭି କ୍ୟାମରାରେ ଏହି ଅପହରଣ ନାଟକ କୈଦ ହୋଇଥିଲା । ଏହି ସିସିଟିଭି ଫୁଟେଜକୁ ଆଧାରକରି ପୋଲିସ ଅପରାଧିକୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.