ନାବାଳିକାକୁ ଅପହରଣ କରି ବିବାହ : ହୀନ ଉଦ୍ଦେଶ୍ୟ ଚରିତାର୍ଥ ହେବାପରେ ପତ୍ନୀ ସହ ନବଜାତ ଶିଶୁକୁ ଛାଡି ପ୍ରତାରକ ସ୍ୱାମୀ ଫେରାର

Published By : Prameya-News7 Bureau | June 04, 2019 IST

ପଟ୍ଟାମୁଣ୍ଡାଇ  ୪/୬ : ମୁଖା ପିନ୍ଧା କାମୁକ ସ୍ୱାମୀ । ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିବା ପରେ କରିଛି ପ୍ରତାରଣା । ତେବେ ଜଣେ ନୁହେଁ ଏକାଧିକ ନାବାଳିକାଙ୍କୁ ଜଣେ ଯୁବକ ପ୍ରେମଜାଲରେ ଫସାଇ  ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିଛି । ଏହାକୁ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଲୋଡନ । ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ, ତାର ବାପାକୁ ଗିରଫ କରିନେଇଛି ପୋଲିସ । କିନ୍ତୁ ଏପଟେ ମାଆ ହୋଇସାରିଥିବା ବିଚରା ନାବାଳିକାଟି ପ୍ରତାରକ ସ୍ୱାମୀର ଏପରି ଏକାଧିକ କାରନାମା ନେଇ ଜାଣିବା ପରେ କେବଳ ଲୁହ ଗଡାଇ ଚାଲିଛି । 

{"id":119723}

ନାବାଳିକାକୁ ଅପହରଣ କରିନେଇ ବିବାହ । ଉଦ୍ଦେଶ୍ୟ ଚରିତାର୍ଥ ହେବା ପରେ ନାବାଳିକା ପତ୍ନୀ ସହ ନବଜାତ ଶିଶୁ କନ୍ୟାକୁ ଛାଡି ଦେଇ ପ୍ରତାରକ ସ୍ୱାମୀ ଫେରାର । କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ  ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରର ଏପରି ଘଟଣାକୁ ନେଇ ଆଲୋଡନ ।

{"id":119724}

ଅଭିଯୁକ୍ତ ଯୁବକ ଜଣକ ସେହି ତାଳତୁଆ ଥାନା  ଅନ୍ତର୍ଗତ ଶୈଳନ୍ଦ୍ର ନଗର ବାସିନ୍ଦା ଅନାଦି ଦାସ ।୨୦୧୮ ଜୁନ୍‌ ୧ ତାରିଖ ଦିନ ଅନାଦି ବଳପୂର୍ବକ  ନାବାଳିକା ଜଣକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା ।ନାବାଳିକାକୁ ପଶ୍ଚିମବଙ୍ଗ ନେଇ ସେଠାରେ ବଳପୂର୍ବକ ବିବାହ କରିଥିଲା । ଏବେ ସଂପୃକ୍ତ ନାବାଳିକାକୁ ୧୬ ପୂରିନି , ଅଥଚ କୋଳରେ ୪୫ ଦିନର ଶିଶୁ କନ୍ୟା ।

{"id":119725}

କିନ୍ତୁ ତାଙ୍କୁ ବାପଘରେ ଛାଡି  ମାଛ ମାରିବାକୁ ଯାଉଛି କହି ପ୍ରତାରକ ସ୍ବାମୀ  ଅନାଦି ଫେରାର୍ । ଆହୁରି ଚିନ୍ତାଜନକ ହେଲା,  ଏବେ କୁଆଡେ ଅନାଦି ସ୍ଥାନୀୟ ପଟାପାରିଆ  ଗାଁ ର ଆଉ ଜଣେ ନାବାଳିକାଙ୍କୁ  ସେହିପରି ଢଙ୍ଗରେ ବିବାହ କରି ପଶ୍ଚିମବଙ୍ଗରେ ରହିଛି । ଏହି ଖବର ପାଇବା ପରେ, ପ୍ରତାରଣାର ଶିକାର  ନାବାଳିକା ମାଆ ର ଆଖିରୁ ଲୁହ ଶୁଖୁନି ।

{"id":119726}

ଅଭିଯୁକ୍ତ ଅନାଦି ଦାସର ବୟସ ପାଖାପାଖତ୍ ୨୩ ବର୍ଷ  । ମାଛ ବ୍ୟବସାୟ କରୁଥିବା କହି ସେ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇ ଏପରି କାରନାମା କରିଚାଲିଥିବା ଚର୍ଚ୍ଚା ହୁଏ । ନାବାଳିକାଙ୍କୁ ଫସାଇ ନେଇ ସେ  ପଶ୍ଚିମବଙ୍ଗ ପଳାଇଯାଇଥାଏ ।

{"id":119727}

ଅଭିଯୁକ୍ତ ଅନାଦି ନାମରେ ଏପରି ଅଭିଯୋଗ ପରେ ଏବେ ପୋଲିସର ଭୂମିକା ଉପରେ ସମସ୍ତଙ୍କ ନଜର । ତେବେ  ଏହି ଘଟଣାର ତଦନ୍ତ ଜାରି ରଖିଥିବା ତାଳଚୁଆ ପୋଲିସ ଅଭିଯୁକ୍ତ ଅନାଦିର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଅଭିଯୁକ୍ତ ଅନାଦିକୁ ଗିରଫ କରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି, ଏବଂ ଖୁବ୍‌ ଶିଘ୍ର ତାକୁ ଗିରଫ କରାଯିବ  ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ଥାନା ଅଧତ୍କାରୀ ।

{"id":119728}

ଅଭିଯୋଗ ସାଂଘାତିକ । ତାଠୁ ଆହୁରି ଜରୁରୀ ପୀଡିତାଙ୍କୁ ନ୍ୟାୟ । ତେଣୁ ଅନାଦି ଭଳି  ଅଭିଯୁକ୍ତ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ  ଦାବି  କରିଛନ୍ତି ସ୍ଥାନୀୟ ବାସିନ୍ଦା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.