୧୭ ବର୍ଷୀୟା ଶାଳୀଙ୍କୁ ଧରି ଯୁବକ ଫେରାର, ଆଉ ତାପରେ...

Published By : Prameya-News7 Bureau | March 05, 2020 IST

ରାଞ୍ଚୀ ମାର୍ଚ୍ଚ ୦୫:   ଝାଡଖଣ୍ଡ ରାଜଧାନୀ ରାଞ୍ଚୀରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ପାରିବାରିକ ସମ୍ପର୍କକୁ ଖାତିର ନକରି ଜଣେ ଯୁବକ ତାହାର ଶାଳୀକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ତାଙ୍କର ଶ୍ୱଶୁର ଘର ଲୋକେ ଓ ସ୍ତ୍ରୀ ଯେତେ ବୁଝାଇଲେ ମଧ୍ୟ ସେ କିଛି ନମାନି ଯୁବତୀଙ୍କୁ ଉତ୍ତର ପ୍ରଦେଶ ନେଇଯାଇଥିଲେ। ଏହା ମଧ୍ୟରେ ମୋବାଇଲ ଲୋକେସନ ଟ୍ରାକ କରି ପୋଲିସ ତାଙ୍କୁ ଆଲହାବାଦରୁ ଠାବ କରିଥିଲା। ଶାଳୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି। ଯୁବତୀଜଣଙ୍କ ନାବାଳିକା ହୋଇଥିବାରୁ ପୋଲିସ ଅପହରଣ ମାମଲା ରୁଜ୍ଜୁ କରିଛି।

{"id":233294,"width":752,"height":462,"sizeSlug":"large"}

ଫେରାର ହୋଇଯାଇଥିବା ଯୁବକ ତାଙ୍କ ଶାଳୀଙ୍କୁ ଶୁଖଦେବ ନଗରରୁ ଅପହରଣ କରିନେଇଥିଲା। ପ୍ରାୟ ଦେଢ ମାସ ପୂର୍ବେ ସେ ଯୁବତୀଙ୍କୁ ନେଇ ଆଲହାବାଦରେ ରଖିଥିଲା। ଉଭୟ ଫେରାର ହେବା ପରେ ପ୍ରଥମେ ଶାଶୂଘର ଲୋକେ ଓ ପତ୍ନୀ ଯୁବକଙ୍କୁ ଅନେକ ବୁଝାଇଥିଲେ। କିନ୍ତୁ ସେ ମାନିନଥିଲେ। ପରେ ବାଧ୍ୟ ହୋଇ ସେମାନେ ଶୁଖଦେବନଗର ପୋଲିସରେ ଅଭିଯୋଗ କରିଥିଲେ।

{"id":233297,"width":752,"height":393,"sizeSlug":"large"}

ଧାରା ୧୬୪ ଅନୁଯାୟୀ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିଛି। ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ କିମ୍ବା ରିମାଣ୍ଡରେ ନେବ ସେନେଇ କିଛି କହିନାହିଁ। କିନ୍ତୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ନେବାକୁ ଦାବି କରୁଛନ୍ତି। ତେବେ ବିଭିନ୍ନ ଆଇନଗତ ପ୍ରଣାଳୀ ସରିବା ପରେ ତାଙ୍କୁ ଘରକୁ ପଠାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.