Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବିଷମକଟକରୁ ଅପହରଣ ରାୟଗଡାରୁ ଉଦ୍ଧାର, ମର୍ଣ୍ଣିଂ ଓ୍ବାକ୍‌ରେ ଯାଇଥିବା ବେଳେ ଉଠାଇ ନେଇଥିଲେ ୪ ଦୁର୍ବୃତ୍ତ

23/10/2021 at 3:36 PM

ମୁନିଗୁଡା ୨୩।୧୦: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ସୁନାରିଗୁଡା ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ ପରେ ରାୟଗଡା ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରିଛି ରାୟଗଡା ପୋଲିସ ।  ପ୍ରତିଦିନ ଭଳି ବିଷମକଟକର ବିଦ୍ୟାଧର ପ୍ରଧାନ ସକାଳେ ମର୍ଣ୍ଣିଂ ଓ୍ବାକ୍ ରେ ଯାଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଥିଲା ।

ପରେ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ତଥା ପୋଡଶୀ ଜିଲ୍ଲାମାନଙ୍କରେ ପୋଲିସର ଗାଡିମଟର ଯାଞ୍ଚ ଆରମ୍ଭ ହୋଇଥିଲା । ଶନିବାର ଅପରାହ୍ନରେ ବିଦ୍ୟାଧରଙ୍କୁ ରାୟଗଡା ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରି ସୁରକ୍ଷିତ ଭାବେ ରାୟଗଡା ଥାନାରେ ରଖାଯାଇଥିବା ଜଣାପଡିଛି । ହେଲେ କାହିଁକି ଓ କିଏ ତାଙ୍କୁ ଅପହରଣ କରିଥିଲା ପଚରାଉଚରା ପରେ ଜଣାପଡିବ ବୋଲି ରାୟଗଡା ଏସପି କହିଛନ୍ତି ।

   Related Posts