Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଯୁବକଙ୍କୁ ଅପହରଣ ପରେ ହତ୍ୟା, ପୋତିଥିଲେ ମୃତଦେହ: ୪ ଗିରଫ

6/06/2020 at 9:53 PM

ମାଲକାନଗିରି, ୦୬|୦୬:  ମାଲକାନଗିରି ଜିଲ୍ଲା କେନ୍ଦୁଗୁଡା ଗ୍ରାମରେ ଜଣେ ଯୁବକଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା କରି ମାଟିତଳେ ପୋତି ଦେଇଥିଲେ । ପୋଲିସ ଗ୍ରାମରେ ପହଁଚି ମୃତଦେହକୁ ମାଟିତଳୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି .

ସୂଚନାନୁସାରେ, ଗ୍ରାମର ସମାର ମାଡକାମୀଙ୍କୁ ଗତ ୪ ତାରିଖ ରାତିରେ କିଛି ଯୁବକ ମିଟିଂ ଅଛି କହି ଡାକି ନେଇଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏଁ ସମାରୁ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ ମଧ୍ୟ ସମାରୁଙ୍କର କୌଣସି ପତ୍ତା ମିଳିନଥିଲା । ସେହିଦିନ ରାତିରେ ଗ୍ରାମର ଆଉ କିଛି ଯୁବକ ସମାରୁଙ୍କ ବଡବାପା ପୁଅ ଭାଇ ଉଙ୍ଗାଙ୍କୁ ମଧ୍ୟ ମିଟିଂ ନାଁରେ ଘରୁ ଡାକିନେଇଥିଲେ । ତେବେ ସେ କୌଶଳକ୍ରମେ ଖସି ଆସି ଥାନାରେ ଏତଲା ଦେଇଥିଲେ ।ପରେ ପୋଲିସ ଗ୍ରାମରେ ପହଁଚି ତଦନ୍ତ କରିବା ସହ ସମାରଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ସୁରାକ ପାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗରେ ପୋଲିସ ଦେବା, ମୁଦ୍ରାମୁଚାକି, ଆଲତାବାତୀ ଓ ରାମୁ କବାସୀଙ୍କୁ ଗିରଫ କରିଛି । ତେବେ ଗୁଣିଗାରେଡି ପାଇଁ ସମାରୁଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ।

ଅଭିଯୁକ୍ତମାନେ କହିଛନ୍ତି ଯେ, ଗ୍ରାମରେ ଗତ ୩ ମାସ ମଧ୍ୟରେ ଅଚିହ୍ନା ରୋଗରେ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ହେଲାଣି । ସମାରୁକୁ ଏଥିପାଇଁ ଦାୟୀ କରାଯାଇ ହତ୍ୟା କରାଯାଇଛି । କାରମ ସେ ଆହୁରି ମଧିକ ମୃତ୍ୟୁ ହେବ ବୋଲି କହିବା ସହ ଦମକ ମଧ୍ୟ ଦେଇଥିଲା ।

   Related Posts