ହାତଗଣ୍ଠି ପୂର୍ବରୁ ବାହାବେଦୀ ପାଲଟିଲା ରଣକ୍ଷେତ୍ର, ବର ହୋଇ ଆସିଥିବା ଯୁବକ ବିରୋଧରେ ଲାଗିଲା ଭାବି ଶାଳକକୁ ଅପହରଣ ଓ ହତ୍ୟା ମାମଲା

Published By : Prameya-News7 Bureau | June 16, 2020 IST

ଲକ୍ଷ୍ନୌ, ୧୬|୦୬:  ଉତ୍ତର ପ୍ରଦେଶର ଫାରୁଖାବାଦରେ ଏକ ବିବାହ ଭୋଜି ରକ୍ତରଞ୍ଜିତ ହୋଇ ଉଠିଛି । ବିବାହ ବେଳେ କନ୍ୟାର  ୧୦ ବର୍ଷର ଭାଇକୁ ଅପହରଣ କରାଯାଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ୧୦ ବର୍ଷର ଶିଶୁଟିର ମୃତଦେହ ମଙ୍ଗଳବାର ଏକ ଶସ୍ୟକ୍ଷେତରୁ ଉଦ୍ଧାର କରାଯାଇଛି ।

ଜିଲ୍ଲା ଏସପି ଅନିଲ ମିଶ୍ରଙ୍କ ସୂଚନାନୁସାରେ, ଅରସେନୀ ପାହାଡପୁରରେ ରହୁଥିବା ମନୋଜ ଜାଟବଙ୍କ ବିବାହ ଶମସାବାଦର ଜଣେ ଯୁବତୀଙ୍କ ସହ ଠିକ୍ ହୋଇଥିଲା .। ଯୁବତୀଙ୍କ ବାପା ଚାଷ କାମ କରି ପେଟ ପୋଷନ୍ତି । ସୋମବାର ସନ୍ଧ୍ୟା ୭ଟାରେ ବରଯାଚ୍ରୀ ଶମସାବାଦରେ ପହଁଚିଥିଲେ । କନ୍ୟା ପକ୍ଷ ଲୋକ ଜଳଖିଆର ବନ୍ଦୋବସ୍ତ କରିଥିଲେ । କିନ୍ତୁ ଖାଦ୍ୟର ସ୍ୱାଦକୁ ନେଇ ବର ଓ ବରଯାତ୍ରୀ କିଛି କଟାକ୍ଷ କରିଥିଲେ । ଏହାପରେ କଥା ଗାଳିଗୁଲଜ ଯାଏଁ ଯାଇଥିଲା । ଆହୁରି ମଧ୍ୟ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା ।  ଫଳରେ ବାହାଘର ନହୋଇ ବରଯାତ୍ରୀ ଫେରିଯାଇଥିଲେ ।

କନ୍ୟାପକ୍ଷ ଅଭିଯୋଗ କରିଛନ୍ତି ଯେ, ବର ମନୋଜ ନିଶାଶକ୍ତ ଥିଲେ । ସେ କାର୍ ନେଇ ପଳାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସେ କନ୍ୟାପକ୍ଷର ୪ଜଣଙ୍କ ଉପରେ ଗାଡି ମଡାଇଦେଇଥିଲେ । ଏପରିକି କନ୍ୟାର ୧୦ ବର୍ଷର ଭାଇକୁ ମଧ୍ୟ ନେଇ ଫେରାର ହୋଇଯାଇଥିଲେ । ମଙ୍ଗଳବାର ଭାଇର ମୃତଦେହକୁ ରାସ୍ତାକଡରୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.