ସ୍ତ୍ରୀ ପାଇଁ ଶଳାଙ୍କୁ ବନ୍ଧକ ରଖିଲା ଯୁବକ, ସ୍ତ୍ରୀକୁ ଛାଡ଼ ନହେଲେ ଶଳାଙ୍କୁ ମାରି ପୋତିଦେବ ଜଙ୍ଗଲରେ ବୋଲି ଧମକ ଦେଲା ଯୁବକ

Published By : Prameya-News7 Bureau | January 18, 2019 IST

ରାଂଜି ୧୮/୧- ଅପହରଣ ମାମଲରେ ରାଂଚି ପୋଲିସ ଜଣେ ଜମି କିଣାବିକା କରୁଥିବା ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାରେ ୨ଜଣଙ୍କୁ ଅପହରଣ କରି ନିର୍ଯ୍ୟାତନା ଦେଉଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ ଧରି ଅପରାଧୀକୁ ଧରିବାରେ ସଫଳ ହୋଇଛି ।

ଏହି ଘଟଣା ଅରଗୋଡ଼ା ଅଂଚଳରେ ଘଟିଛି । ମହେନ୍ଦ୍ର ନାମକ ଜଣେ ଯୁବକ ଏହି ଘଟଣା ସହିତ ଜଡ଼ିତ ବୋଲି ପୋଲିସ ତଦନ୍ତରୁ ଜାଣିପାରିଛି ।

ମହେନ୍ଦ୍ର ୭ବର୍ଷ ତଳେ ପୂଜା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲା । ମହେନ୍ଦ୍ର ସବୁବେଳେ ଝଗଡ଼ା କରୁଥିବାରୁ ପୂଜା ସହ ଆଦୌ ପଡ଼ୁ ନଥିଲା । ଅନେକ ସମୟରେ ପୂଜା ନିର୍ଯ୍ୟାତନା ସହି ନପାରି  ମହେନ୍ଦ୍ରକୁ ଛାଡ଼ି ଚାଲିଯାଉଥିଲା ।

ମଙ୍ଗଳବାର ଦିନ ମହେନ୍ଦ୍ର ପୁଜାସହ ଝଗଡ଼ା କରିବା ସହ ମାରପିଟ୍ କରିଥିଲା । ପୂଜା ଏହି ଘଟଣାରେ ଘର ଛାଡ଼ି ଚାଲିଯାଇଥିଲା ।

ମହେନ୍ଦ୍ର ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପୂଜା ଘରକୁ ଯାଇଥିଲା  । ପ୍ରଥମେ ପୂଜାର ଦୁଇଭାଇ ସଂଜିତ ଓ ଆଦିତ୍ୟକୁ ମାରଣାସ୍ତ୍ର ଦେଖାଇ ଅପହରଣ କରିନେଇଥିଲା । ଏହି ସମୟରେ ପୂଜା ଖସିଯାଇଥିଲା ।

ମହେନ୍ଦ୍ର କିମ୍ବା ପୂଜା ଦୁଇଭାଇଙ୍କର ଫୋନ ନ ଲାଗିବାରୁ ଥାନାରେ ଏତାଲା ଦେଇଥିଲା ପୂଜା । ପୋଲିସ ମହେନ୍ଦ୍ରର ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତକୁ ଧରିବାର ସଫଳ ହୋଇଛି ।

ଶଶ୍ଵରଘର ଲୋକ ପୂଜାକୁ ନ ଛାଡ଼ିଲେ ଦୁଇଭାଇଙ୍କୁ ହତ୍ୟା କରିବ ବୋଲି ମହେନ୍ଦ୍ର ମଧ୍ୟ ଧମକ ଦେଇଥିଲା । ପୁଜା ଘରଛାଡ଼ି ଚାଲିଯିବାର ଏହି ଦୁଇଭାଇଙ୍କର ଭୂମିକା ଅଛି ବୋଲି ଅଭିଯୁକ୍ତ ମହେନ୍ଦ୍ର ପୋଲିସକୁ କହିଛି ।

ପୋଲିସ ମହେନ୍ଦ୍ରକୁ ଗିରଫ କରିବାପରେ ଦୁଇଭାଇଙ୍କୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.