ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୬୭ତମ “ମନ୍‌ କି ବାତ୍”

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ ୨୬।୦୭: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । “ମନ୍‌ କି ବାତ୍‌” କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଆଜି ଦିନ ୧୧ଟାରେ ରେଡିଓ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । “ମନ୍‌ କି ବାତ୍‌” କାର୍ଯ୍ୟକ୍ରମର ଏହା ୬୭ତମ ସଂସ୍କରଣ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

wp:html /wp:html

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୁରଦର୍ଶନରେ ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ସାଧାରଣଲୋକଙ୍କ ସହ ନିଜ ବିଚାର ବିଷୟରେ କହିଥାନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୨୮ଜୁନ୍‌ରେ ମନ୍‌ କି ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । କିଛି ଦିନ ତଳେ ମାନେ ୧୧ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ କରି ଦେଶବାସୀଙ୍କୁ  “ମନ୍‌ କି ବାତ୍‌”‌ କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଲୋଡିଥିଲେ । ସାଧାରଣଲୋକଙ୍କୁ ନିଜ ନିଜର ମତ ରଖିବା ପାଇଁ ଅନୁରୋଧ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.