Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

୧୦୫ ବର୍ଷୀୟା ଧାବିକା ମାନ କୌରଙ୍କ ପରଲୋକ, ଗତ ମହିଳା ଦିବସରେ ତାଙ୍କ ଠାରୁ ପ୍ରଧାନମନ୍ତ୍ରୀ ନେଇଥିଲେ ଆଶୀର୍ବାଦ

31/07/2021 at 6:12 PM

ନୂଆଦିଲ୍ଲୀ ୩୧/୭: ଦେଶ-ବିଦେଶରେ ଚର୍ଚ୍ଚିତ ୧୦୫ ବର୍ଷୀୟା ବିଶିଷ୍ଟ ଆଥଲେଟ୍‌ ମାନ କୌରଙ୍କ ପରଲୋକ। ଶନିବାର ଦ୍ବିପ୍ରହରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଗଲବ୍ଲାଡର କର୍କଟରେ ପୀଡ଼ିତ ଥିଲେ। ମାନ କୌରଙ୍କ ମୃତ୍ୟୁର ଘଣ୍ଟାଏ ପୂର୍ବରୁ ତାଙ୍କ ପୁଅ ଗୁରୁଦେବ ସିଂହ କହିଥିଲେ, ମାନ କୌରଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରୁଛି। ତାଙ୍କ ଶରୀର ଏବଂ ପେଟରେ ଯନ୍ତ୍ରଣା କମିଛି। ସେ ପୂର୍ବରୁ ନିଜ ଗୋଡ଼ ହଲଚଲ କରିପାରୁନଥିଲେ ଏବେ ଆଗ-ପଛ କରିପାରୁଛନ୍ତି ବୋଲି ଗୁରୁଦେବ କହିଥିଲେ। କିନ୍ତୁ ଦ୍ବିପ୍ରହର ୧ଟା ବେଳେ ତାଙ୍କର ନିଧନ ହୋଇଯାଇଛି ।

ନାରୀ ଶକ୍ତି ପୁରସ୍କାର ମିଳିଥିଲା
ମାନ କୌର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ଇଭେଣ୍ଟରେ ୩୫ରୁ ଅଧିକ ମେଡାଲ ଜିତିଥିଲେ । ତାଙ୍କର ଉପଲବ୍ଧିକୁ ଦେଖି ମାନା କୌରଙ୍କୁ ୨୦୨୦ରେ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ସେ ଯେମିତି ପୂର୍ତ୍ତିରେ ଷ୍ଟେଜ୍‌ରେ ଚଢ଼ିଥିଲେ ତାହା ଦେଖି ରାଷ୍ଟ୍ରପତିଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପଞ୍ଜାବ ସରକାର ଦେଇଥିଲେ ଆର୍ଥିକ ସହାୟତା
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମାନ କୌରଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହା ବ୍ୟତୀତ ଶିରୋମଣୀ ଅକାଳି ଦଳର ବିଧାୟକ ଏନକେ ଶର୍ମା ହସ୍ପିଟାଲରେ ତାଙ୍କୁ ଲକ୍ଷେ ଟଙ୍କାର ଚେକ୍‌ ଦେଇଥିଲେ। ଏହା ସହ ସ୍ପୋର୍ଟସ୍‌ ଆଥଲେଟିକ୍ସ ଆସୋସିଏସନ୍‌ ମଧ୍ୟ ଆର୍ଥିକ ସହାୟତା କରିଥିଲା ।

   Related Posts