ଚିଡ଼ିଆଖାନା ସିଂହ ଖୁଆଡ଼କୁ ଡେଇଁଲେ ଯୁବକ : ସିଂହକୁ କହିଲେ ‘ଆ ମୋତେ ଖାଆ’ : ଜାଣନ୍ତୁ ପୂରା ଖବର

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ ୧୭/୧୦: ରାଜଧାନୀ ଦିଲ୍ଲୀରେ ଚିଡ଼ିଆଖାନାକୁ ବୁଲିବାକୁ ଯାଇଥିବା ଜଣେ ଯୁବକ ଏପରି ନିଷ୍ପତ୍ତି ନେଇଛନ୍ତି ଯେ ଚିଡ଼ିଆଖାନାର କର୍ମଚାରୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଚିଡ଼ିଆଖାନା ବୁଲିବାକୁ ଆସିଥିବା ଜଣେ ଯୁବକ ହଠାତ୍ ସିଂହ ଖୁଆଡ଼ରେ ଡେଇଁ ପଡ଼ିଥିଲେ।

ଯୁବକଙ୍କୁ ସିଂହ ଆଗରେ ଡେଇଁବାର ଦେଖି ଚିଡ଼ିଆଖାନାରେ ହୋ-ହାଲ୍ଲା ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେମାନେ ତାଙ୍କୁ ରୋକିବା ପୂର୍ବରୁ ସେ ବାଡ଼ ମଧ୍ୟକୁ ଡେଇଁ ପଡ଼ିଥିଲେ ଏବଂ ସିଧା ସିଂହ ସାମନାରେ ଯାଇ ବସି ଯାଇଥିଲେ। କିନ୍ତୁ ସିଂହ ତାଙ୍କୁ କିଛି କରିନଥିଲେ।

ଚିଡ଼ିଆଖାନାର ସୁରକ୍ଷାକର୍ମୀ ତୁରନ୍ତ ସିଂହ ଖୁଆଡ଼କୁ ଡେଇଁ ପଡ଼ି ଯୁବକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

ସୂଚନା ଅନୁଯାୟୀ ଦିଲ୍ଲୀର ସିଲମପୂରରେ ରହୁଥିବା ଏହି ଯୁବକଙ୍କ ନାଁ ରେହାନ ଖାନ୍। ସେ ମାନସିକ ରୋଗୀ ଅଟନ୍ତି। ବର୍ତ୍ତମାନ ରେହାନଙ୍କୁ ପୋଲିସ ଥାନାକୁ ନିଆଯାଇଛି ଏବଂ ପଚରାଉଚୁରା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.