Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କକ୍‌ପିଟ୍‌କୁ ପଶିବା ଉଦ୍ୟମ ବିଫଳ ପରେ ଚଳନ୍ତା ବିମାନରୁ ତଳକୁ ଡେଇଁପଡ଼ିଲା ଦୁର୍ବୃତ୍ତ, ଉଡ଼ାଣ ବାତିଲ

27/06/2021 at 5:52 PM

ଲସ୍‌ଏଞ୍ଜେଲସ୍‌ ୨୭/୬: ଆମେରିକାର ଲସଏଞ୍ଜେଲସ୍ ବିମାନବନ୍ଦରରେ ପୁଣି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ବିମାନର କକ୍‌ପିଟ୍‌ରେ ଜଣେ ଦୁର୍ବୃତ୍ତ ପଶିବାକୁ ଚେଷ୍ଟା କରି ବଫଳ ହେବା ପରେ ଚଳନ୍ତା ପ୍ଲେନ୍‌ରୁ ତଳକୁ ଡେଇଁପଡ଼ିଛି । ରନ୍‌ଓ୍ବେରେ ପଡ଼ିବା ପରେ ଆହତ ହୋଇଯବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରୁ ଡିସଚାର୍ଜ ହେବା ପରେ ତାକୁ ପୋଲିସ ଗିରଫ କରିବ ।  

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତିରେ ୟୁନାଇଟେଡ୍‌ ଏକ୍ସପ୍ରେସ୍‌ ଫ୍ଲାଇଟ୍‌ ନମ୍ବର ୫୩୬୫ ଲସ୍‌ଏଞ୍ଜେଲସ୍‌ରୁ ସଲ୍ଟ ଲେକ୍‌ ସିଟି ଅଭିମୁଖେ ବାହାରିଥିଲା। ବିମାନଟିକୁ  ପାଇଲଟ୍‌ ରନ୍ଓ୍ବେ ଉପରକୁ ନେଉଥିଲେ। ସେତେବେଳେ ଏହି ଘଟଣା ଘଟିଥିଲା। ପ୍ରଥମେ ବ୍ୟକ୍ତିଜଣକ କକ୍‌ପିଟରେ ପଶିବାକୁ ଚେଷ୍ଟା କରିଥିଲା। କିନ୍ତୁ ବିଫଳ ହେବା ପରେ ବିମାନର ସର୍ଭିସ୍‌ ଡୁର ଖୋଲି ଡେଇଁପଡ଼ିଥିଲା।

ଏହା ପରେ ଏୟାରପୋର୍ଟ ପ୍ରଶାସନ ତାକୁ ଗିରଫ କରିଥିଲା। ପରେ ସେ ଆହତ ହୋଇଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଙ୍ଗାମା ପରେ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହି ମାମଲାରେ ଏବେ ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ ତଦନ୍ତ କରୁଛି। କାରଣ ଲସ୍‌ଏଞ୍ଜେଲସ୍‌ ଏୟାରପୋର୍ଟରେ ଲଗାତର ଦୁଇ ଦିନ ଏଭଳି ଘଟଣା ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଗୁରୁବାର ଜଣେ ଡ୍ରାଇଭର କାର ନେଇ ସିଧା ଏୟାରଫିଲ୍ଡକୁ ଚାଲିଆସିଥିଲା। ତାକୁ ମଧ୍ୟ ଗିରଫ କରାଯାଇଥିଲା। ଆମେରିକାର ବିମାନବନ୍ଦରରେ ଏଭଳି ମାମଲା ଗତ କିଛି ଦିନ ହେଲା ବଢ଼ିଛି। ଚଳିତବର୍ଷ ଏମିତି ୩୦୦୦ ବ୍ରେକଆଉଟ୍‌ ମାମଲା ସାମ୍ନାକୁ ଆସିଛି ।

   Related Posts