ବ୍ରିଜ୍ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ, ମିଳୁନି ଖୋଜ୍ ଖବର

Published By : Prameya-News7 Bureau | September 21, 2020 IST

ସମ୍ବଲପୁର, ୨୧ ।୦୯: ସମ୍ବଲପୁର ଜିଲ୍ଲା ବୁର୍ଲା ପିସି ବ୍ରିଜ ଉପରୁ ଜଣେ ଯୁବକ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି । ବ୍ରିଜ୍ ଉପରୁ ଯୁବକଙ୍କ ସ୍କୁଟି, ଚପଲ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଯୁବକ ଜଣକ ରବିବାରଠାରୁ ନିଖୋଜ ଥିବାନେଇ ସମ୍ବଲପୁର ଟାଉନଥାନାରେ ଜଣାଇଛନ୍ତି ପରିବାର ଲୋକେ । ତେବେ ଘଟଣା ପରେ ବୁର୍ଲା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି । ଏହା ସହ ଅଗ୍ନିଶମବାହିନୀ ମଧ୍ୟ ମହାନଦୀରେ ଖୋଜାଖୋଜି କରି ଫେରିଛନ୍ତି । ମଙ୍ଗଳବାର ପୁଣି ଅଗ୍ନିଶମ ବାହିନୀ ଯୁବକଙ୍କ ସନ୍ଧାନ କରିବେ ବୋଲି ସୂଚନା ମିଳିଛି । ଯୁବକ ଜଣକ ଦଳେଇପଡାର ସାକିର ମିର୍ଦ୍ଧା ।

ସୂଚନାଯୋଗ୍ୟ, ସାକିର ରବିବାର ଠାରୁ  ନିଖୋଜ ଅଛନ୍ତି । ସୋମବାର ପରିବାର ଲୋକେ ଟାଉନଥାନା ପହଂଚି ନିଖୋଜ ନେଇ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.