ପ୍ରେମିକାକୁ ମଦ ପିଆଇ, ବେକରେ ମଫଲର ଗୁଡ଼ାଇ ମାରିଲା ପ୍ରେମିକ, କାରଣ କହିଲା ପୋଲିସ

Published By : Prameya-News7 Bureau | March 06, 2021 IST

ସହନେଓ୍ବାଲ ୦୬/୦୩:  ଗତ ୭ ତାରିଖ ଦିନ କଙ୍ଗନଓ୍ବାଲର ଏକ ପେଟ୍ରୋଲ ପମ୍ପ ପାଖରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏନେଇ ମାମଲା ରୁଜୁ କରି ପୋଲିସ ଛାନଭିନ୍‌ କରିଥିଲା। ମାମଲା ଉପରୁ ପରଦା ହଟିବା ପରେ ଭୟଙ୍କର ସତ ଜଣାପଡ଼ିଛି। ମାମଲାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଅଧିକ ତଦନ୍ତ କରୁଛି। ତଦନ୍ତ ସମୟରେ ପୋଲିସକୁ ମିଳିଥିବା ତଥ୍ୟ ଚର୍ଚ୍ଚା ସୃଷ୍ଟି କରିଛି।

ହତ୍ୟା ପଛରେ ଅବୈଧ ପ୍ରେମ କାହାଣୀ ରହିଥିବା ପୋଲିସ କହିଛି। ମୃତକ ଜଣଙ୍କ ଉତ୍ତରାଖଣ୍ଡର ରାଧା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଆଉ କେହି ନୁହେଁ ସେ ହିଁ ରାଧାଙ୍କ ପ୍ରେମିକ ଖେମରାମ । ୪ ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ରାକ୍ଷସ ପାଲିଟିଗଲା ପ୍ରେମିକ। ପ୍ରଥମେ ମଦ ପିଆଇଲା ପରେ ପ୍ରେମିକାର ବେକରେ ମଫଲର ଗୁଡ଼ାଇ ହତ୍ୟା କଲା ଅଭିଯୁକ୍ତ। କିନ୍ତୁ ଏମିତି କାହିଁକି କଲା ? ଏହାର ଉତ୍ତର ମଧ୍ୟ ପୋଲିସ ଦେଇଛି। ରାଧା ଏବଂ ଖେମରାମ ପ୍ରେମ କାହାଣୀ ଭିତରକୁ ଅନ୍ୟ ଜଣେ ଯୁବତୀଙ୍କ ଏଣ୍ଟ୍ରି ହୋଇଥିଲା। ଖେମରାମ ତାର ଦ୍ବିତୀୟ ପ୍ରେମିକାକୁ ଅଧିକ ଭଲ ପାଉଥିଲା। ଏକଥା ଜାଣିପାରିଥିଲା ରାଧା।

ଦ୍ବିତୀୟ ପ୍ରେମିକା ପାଇଁ ୪ ବର୍ଷର ପ୍ରେମକୁ ଭୁଲିଗଲା ପ୍ରେମିକ ଖେମରାମ । ପ୍ରଥମ ପ୍ରେମିକାକୁ ହତ୍ୟା କରି ଫେରାର ହୋଇଥିଲା। ଶନିବାର ପୋଲିସ ତାକୁ ଗିରଫ କରିଛି। ଗିରଫ କରିବା ପରେ ପଚରା ଉଚରା ସମୟରେ ସତ ଓଗାଳିଛି ଅଭିଯୁକ୍ତ। ଘଟଣା ଦିନ ୩ ଜଣ ସାଙ୍ଗରେ ଥିଲେ। ହଠାତ ଉତକ୍ଷିପ୍ତ ହୋଇ ଖେମରାମ ଦ୍ବିତୀୟ ପ୍ରେମିକାଙ୍କୁ ଚାପୁଡ଼ା ମାରିଥିଲା। ଏହାକୁ ନାପସନ୍ଦ କରିଥିଲେ ରାଧା। ଖେମରାମର ଖେଳ ଶେଷ କରିବାକୁ ପୋଲିସର ସାହାରା ନେବେ ବୋଲି ଧମକ ଦେଇଥଲେ ରାଧା। ଯାହାକୁ ନେଇ ଖେମରାମ ରାଧାଙ୍କୁ ହତ୍ୟା କରିଛି ବୋଲି ସାମ୍ବାଦିକ ସମ୍ମଳନୀରେ ଯୁଗ୍ମ ପୋଲିସ କମିଶନର ସଚିନ ଗୁପ୍ତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.