ଯାତ୍ରା ଚାଲିଥିବା ବେଳେ ଭୁଜାଲିମାଡ : ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 06, 2019 IST

ଭଣ୍ଡାରିପୋଖରୀ ୬।୧୧:   ଭଦ୍ରକ ଜିଲ୍ଲା ଚରମ୍ପାରେ କାଳୀପୂଜା ପାଇଁ ଇନ୍ଦ୍ରଭୁବନ ଯାତ୍ରା ଚାଲିଥିବା ଆୟୋଜକଙ୍କୁ ଭୁଜାଲି ମାଡ ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସର ତଦନ୍ତ ଆରମ୍ଭ ।

{"id":179786,"width":579,"height":598}

ସୂଚନାଯୋଗ୍ୟ ଯେ,  ଭଦ୍ରକ ଜିଲ୍ଲା ଚରମ୍ପାରେ କାଳୀପୂଜା ପାଇଁ ଇଂଦ୍ରଭୁବନ  ଯାତ୍ରା ଚାଲିଥିବା  ବେଳେ ଯାତ୍ରାର ଆୟୋଜକ ଜିତ ପଢ଼ିଆରୀ  ଙ୍କୁ ଭୁଜାଲି ମାଡ ହୋଇଛି । ଗୁରୁତର ଯୁବକଙ୍କୁ  ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା   ମିଳିଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଜାରି ରଖିଛି ।

{"id":179787}

କିଛିଦିନ  ତଳେ ମଧ୍ୟ ଭଦ୍ରକ ଜିଲ୍ଲା ଧୂଷୁରୀ ଠାରେ ଯାତ୍ରା ଚାଲିଥିବା ବେଳେ ଗଣ୍ଡଗୋଳହୋଇଥିଲା।  ଗଣ୍ଡଗୋଳରେ ଦୁଇ ଜଣ ଦର୍ଶକ ଗୁରୁତର ହୋଇଥିଲେ  । ପରସ୍ଥିତିକୁ ଦେଖି ପୋଲିସ ଯାତ୍ରାକୁ ରାତି ଅଧାରୁ  ବନ୍ଦ କରିଦେଇଥିଲା  ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.