ହାତୀ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | February 22, 2019 IST

ଜଟଣୀ ୨୨|୨ : ହାତୀ ଆକ୍ରମଣରେ ଜଣେ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଛଣିଆ ଗାଁର ସନ୍ଥ ଚମ୍ପତି ଗୁରୁତର ହୋଇଛନ୍ତି । ସକାଳେ ଶୌଚ ହେବାକୁ ବାରି ପଛ ପଟକୁ ଯିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ସନ୍ଥ ଚମ୍ପତ୍ତି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହାତୀ ଆକ୍ରମଣ ଫଳରେ ସନ୍ଥଙ୍କ ଗୋଡରେ ଆଘାତ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.