ନୀଳଗିରିରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର
21/09/2018 at 12:24 PM

ବାଲେଶ୍ବର ୨୧/୯:ବାଲେଶ୍ବର ଜିଲ୍ଲା ନୀଳଗିରି କାଠଗୋଛି ଅଂଚଳରେ ଆଜି ଦୁଇଟି ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛି।ଏହି ଗ୍ରାମର ବୈଦ୍ୟନାଥ ସିଂଙ୍କ ପୁଅ ଗୁରୁବା (୩୦) ବାଡିକୁ ଯାଇଥିବାବେଳେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିଥିଲେ।ଜୀବନ ବିକଳରେ ପାଟି କରିବାରୁ ଭାଲୁ ଦୁଇଟି ଛାଡି ପଳାଇଥିଲେ।ଗୁରୁବାଙ୍କ କାନ୍ଧ,ମୁହଁରେ ଗଭୀର କ୍ଷତ ହୋଇଥିବାବେଳେ ତାଙ୍କୁ ୧୦୮ ଅମ୍ବୁଲାନ୍ସ ରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।