ଭାଲୁ ଆକ୍ରମଣରେ ଜଣେ ଆହତ

Published By : Prameya-News7 Bureau | February 04, 2019 IST

କେନ୍ଦୁଝର ୪|୧: କେନ୍ଦୁଝର ପୁରୁଣା ବଜାର ବୈଦ୍ରାସାହିରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଉଛନ୍ତି ସୁଧୀର ନାଏକ । ସୁଧୀର ଆଜି ସକାଳୁ ନିଜ ଘର ବାଡି ପଛକୁ ଶୌଚ ହେବା ପାଇଁ ଯାଇଥିବାବେଳେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଭାଲୁ ତାଙ୍କର କାନ୍ଧ ଓ ହାତକୁ କାମୁଡି ଦେଇଥିଲା । ଫଳରେ ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଛି । ସୁଧୀରଙ୍କ ଚିତ୍କାର ଶୁଣି କିଛି ଲୋକ ପାଟି କାରିବାରୁ ଭାଲୁ ଗୁଡିକ ତାଙ୍କୁ ଛାଡି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ସୁଧୀରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.