Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ସଂପର୍କୀୟ ଭାଇର ଟାଙ୍ଗିଆ ଚୋଟରେ ଭାଇ ଗୁରୁତର, ମେଡିକାଲରେ ଭର୍ତ୍ତି

7/07/2019 at 5:59 PM

ବଲାଙ୍ଗୀର ୭|୭: ଜମିରେ ପାଣି ମାଡିଯାଇଥିବାରୁ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ । ବର୍ଷା ଯୋଗୁଁ ଜମିରେ ପାଣି ମାଡିଯାଇଥିଲା । ଫଳରେ ଆଡି ବନ୍ଧକୁ କାଟିଥିବା ଅଭିଯୋଗ କରି ସଂପର୍କୀୟ ଭାଇର ଟାଙ୍ଗିଆ ଚୋଟରେ ଭାଇ ଗୁରୁତର ହୋଇଛି । ଏଭଳି ଏକ ଅଭାବମୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିକାଛିଡା ଗ୍ରାମରେ।

ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ଦାଶରଥୀ ସାଏ ତାଙ୍କ ଖେତରେ କାମ କରିବାକୁ ଯାଇଥିଲେ। ପାଣି ମାଡି ବାଲି ପସିଥିବାରୁ ତାହାକୁ କାଢିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ ପ୍ରହଲ୍ଲାଦ ସାଏ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ। ଦାଶରଥୀଙ୍କ ବାପା ଓ ତାଙ୍କ ପୁଅକୁ ମଧ୍ୟ ଠେଙ୍ଗାରେ ଆକ୍ରମଣ କରିଥିଲେ ପ୍ରହଲ୍ଲାଦ ଓ ତାଙ୍କ ପରିବାର ଲୋକ । ଗୁରୁତର ଅବସ୍ଥାରେ ଦାଶରଥୀଙ୍କୁ  ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ପ୍ରହଲ୍ଲାଦଙ୍କ ଭାଇକୁ ଅଟକ ରଖିଛି । ପ୍ରହଲ୍ଲାଦ ଓ ତାଙ୍କ ବାପା ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ପ୍ରହଲ୍ଲାଦକୁ ଖୋଜିବା ସହ ତଦନ୍ତ ଜାରି ରଖିଛି ।

   Related Posts